STORYMIRROR

Priyaranjan Biswal

Tragedy

4  

Priyaranjan Biswal

Tragedy

ରାତିର ସଙ୍ଗୀନୀ

ରାତିର ସଙ୍ଗୀନୀ

1 min
261


ଆଖିରେ ଆଖିଏ ନିଦ ନେଇ

ଅଚିନ୍ତାରେ 

ଶୋଇଗଲି ରାତିରେ।

ଥରୁଥିଲା ଦେହ

ଥରୁଥିଲା ମନ

କୌଣସି ଏକ ଅଜଣା ଭୟରେ।

ଲାଗୁଥିଲା 

ସତେ ଯେମିତି

କେହି ଜଣେ ବସିଛି ପାଖରେ।

ଡରଡର ମନେ

କମ୍ବଳ ଭିତରେ

ଶୋଇଗଲି ଆଖିବୁଜି

ସକାଳେ ଉଠି ଦେଖିଲି ମୁଁ

ହୋଇଛି ଅନେକ ଦାଗ

ମୋ ଶରୀରର ପ୍ରତି ଅଙ୍ଗରେ।


ଭାବିଲି ମୁଁ

ଏକଥା ଯଦି ଜାଣିବ ପ୍ରିୟା

ସନ୍ଦେହ କରିବ ମୋ ଚରିତ୍ରରେ।

ଶଯ୍ଯା ସଙ୍ଗିନୀ ହୋଇ

ଅଜାଣତେ ମୋର

ବୋଧେ ଶୋଇଥିଲା କେହି ରାତିରେ।


ଏହି କଥା ଭାବି

ହେଲା ଦିନ ପରମ ରାତି

ପ୍ରଶ୍ନଭରା ମନ

ଭୟ ପୂର୍ଣ୍ଣ ଛାତି


ପୁଣି ଧିରେ

ନିଦ୍ରାଦେବୀ କଲେ ଆଲିଙ୍ଗନ

ନିଦ ମୋ ଭାଙ୍ଗିଲା

ତହିଁ ଆର ଦିନ।


ଦେଖିଲି,

ରୂପ ମୋ ବେରୂପ

ଦେହ ମୋ ଅବଶଃ

ଓଠରୁ ଝରୁଛି ରୁଧିର।

ସତରେ କଣ,

ମୁଁ ହୋଇଥିଲି ଧର୍ଷଣର ଶୀକାର?


ଆଖିରୁ ମୋ ବହିଲା

ଲୋତକର ଧାର

ହୃଦୟ କଲା କ୍ରନ୍ଦନ

ତପନ ଉଇଁଣ

ଶଙ୍କା କଲେ ମୋ ମୋଚନ ।


କହିଲେ,

ବିଧିର ବିଧାନ କମ କରିବ ଆନ?

ସମୟର ଖେଳ ଏହି

ଋତୁ ହୁଏ ବଦଳ।

ହେମନ୍ତ ପରେ ଶୀତ

ଆଜି ଉପସ୍ଥିତ।

ତା' ପ୍ରଭାବ ଏହା

ହୁଅନି ଭୟଭିତ।

ଆସିଲେ ବସନ୍ତ

ବଦଳିବ ଚିତ୍ର,

ଧର୍ଯ୍ଯର ସହ ଗାଅ

ଜୀବନ ଗୀତ

ସୁରକ୍ଷିତ ଅଛି ତୁମ ଚରିତ୍ର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy