STORYMIRROR

Bhaswati Basu

Tragedy

4  

Bhaswati Basu

Tragedy

ସମୟ କଣ ଘଣ୍ଟା କଣ୍ଟାରେ ଥାଏ?

ସମୟ କଣ ଘଣ୍ଟା କଣ୍ଟାରେ ଥାଏ?

1 min
27.2K


ସମୟ କଣ ଘଣ୍ଟା କଣ୍ଟାରେ ଥାଏ?

ସମୟ ଏଠି ବିନ୍ଦୁ ବିନ୍ଦୁ ଯାଏ।

ତୁମ ଦେହରୁ 

ମୋ ଲୁହର ଦାଗ ଲିଭିଯିବା ହିଁ

ମୋ ପାଇଁ ସମୟ।

ଗୋଟେ ଦୀର୍ଘଶ୍ଵାସ ଛାତି ଭିତରେ

ମଲା ଫୁଲ ଭଳି ଝରିଯିବା ହିଁ

ମୋ ପାଇଁ ସମୟ।

ବର୍ଷା ରାତିରେ 

ଗୋଟିଏ ବିଜୁଳିର ଟୁକୁଡ଼ା ମେଘ ଭିତରୁ 

ହଠାତ, କୋଉଠି ହଜିଯିବା ହିଁ

ମୋ ପାଇଁ ସମୟ।

ଯୁପକାଷ୍ଠରୁ ରକ୍ତ ଧୋଇ ଗଲା ଭଳି

ମୋ ଓଦା ଆଖି ଶୁଖିଯିବା ହିଁ

ମୋ ପାଇଁ ସମୟ।

ମନ ଭିତର ଟା ପରିତ୍ୟକ୍ତ ଘର।

ଗୋଟିଏ ଭଙ୍ଗା ଝରକାର ପଟିକିଆ କବାଟ

ଅଚାନକ ଖୋଲି ଯାଇଛି।

ଧୁ ଧୁ ପବନ ଦସ୍ୟୁ ଭଳି ପଶିଆସିଛି,

ବାଡ଼େଇ ହଉଛି କାଂଥରୁ କାଂଥକୁ

ମୁଣ୍ଡ ପିଟି ଖୋଜୁଛି ତୁମକୁ।

ତାର ସେଇ ବୁକୁ ଫଟା ହା ହା ଶବ୍ଦ ହିଁ

ମୋ ପାଇଁ ସମୟ।

ସମୟ କଣ ଘଣ୍ଟା କଣ୍ଟାରେ ଥାଏ?

ସମୟ ମୋ ପାଇଁ ବିନ୍ଦୁ ବିନ୍ଦୁ ଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy