STORYMIRROR

Bhaswati Basu

Tragedy

4  

Bhaswati Basu

Tragedy

ନିମେଷ ଠାରୁ କ୍ଷୁଦ୍ର ଗୋଟେ ବର୍ଷ

ନିମେଷ ଠାରୁ କ୍ଷୁଦ୍ର ଗୋଟେ ବର୍ଷ

1 min
26.3K


ନିମେଷ ଠାରୁ କ୍ଷୁଦ୍ର ଗୋଟେ ବର୍ଷ।

ଅୟୁତ ନିଶ୍ୱାସ ଠାରୁ ଲମ୍ବା ଗୋଟେ ବର୍ଷ।

ଗୋଟିଏ ବର୍ଷ

ଛାତି ତଳର ହାହାକାର ଭଳି 

ନିଃଶବ୍ଦ,

ଓଠରେ ଚାପି ରଖିଥିବା ଚିତ୍କାର ଭଳି

ମୁଖର,

ଆଖିରେ ଲୁଚିଥିବା କୋହ ଭଳି

ଗୋପନ,

ଗାଲକୁ ଭିଜଉଥିବା ଲୁହ ଭଳି

ପ୍ରଗଳ୍ଭ,

ଅନ୍ଧ ହାତରେ ଅଣ୍ଡାଳୁଥିବା ଆଶା ଭଳି

ଆକୁଳ,

ନିର୍ବାକ ଫର ଫର ଶୁନ୍ୟ ଖାତା ଭଳି

ଶାନ୍ତ।

ମୋ ଆଖି ଏଯାଏଁ ତୁମ ଆଖିରେ ନିବଦ୍ଧ

ମୋ ହାତ ଏଯାଏଁ ଛୁଇଁ ରହିଛି 

ତୁମ ହେମାଳ ଦେହ।

ତୁମେ ଓଦା ସର ସର ଅଜସ୍ର ବ୍ୟାକୁଳ ପ୍ରେମରେ।

ଅଥଚ କେଜାଣେ କେମିତି

ଜାବ ପଡ଼ିଯାଇଥିବା ମୁଠାରୁ ଝୁର ଝୁର

ଝରି ଯାଇଛି ଗୋଟିଏ ବର୍ଷ।

ତୁମକୁ ସ୍ମୃତି କରି ଦବ,

ବର୍ଷଟିଏ କଣ ଏତେ ଶକ୍ତିଶାଳୀ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy