STORYMIRROR

Sambit Srikumar

Tragedy Classics Inspirational

4  

Sambit Srikumar

Tragedy Classics Inspirational

ଛଦ୍ମ-ଧର୍ମନିରପେକ୍ଷତା

ଛଦ୍ମ-ଧର୍ମନିରପେକ୍ଷତା

2 mins
270


ନିଜକୁ ବୋଲାଅ ତୁମ୍ଭେ ବିଜ୍ଞ ଉଦାରପନ୍ଥୀ

ଦରଦୀ ହୃଦୟୀ ଧର୍ମନିରପେକ୍ଷ ବାଦୀ

ଧର୍ମୀୟ ଭାଇଚାରାରେ ଅଖଣ୍ଡ ବିଶ୍ବାସୀ

ପ୍ରକାରାନ୍ତରେ ତୁମ୍ଭର ଆଚରଣ ଉଚ୍ଚାରଣେ

ମୌଳବାଦୀ ଜେହାଦୀ ଜହ୍ଲାଦକୁ

ଦେଉଥାଅ ପୂର୍ଣ୍ଣ ପ୍ରାଣ ଆକୁଣ୍ଠ ସମର୍ଥନ

ବାରମ୍ବାର କରି ସମ୍ବିଧାନ ସଂଶୋଧନ

କରୁଥାଅ ସଂଖ୍ୟାଲଘୁ ତୁଷ୍ଠିକରଣ

ଜିତିବାକୁ ଗଣତନ୍ତ୍ରରେ ନିର୍ବାଚନ

ଧନ୍ୟ ତୁମେ ଧନ୍ଯ ତୁମ୍ଭ ବଡପଣ

ଧନ୍ୟ ତୁମ୍ଭର ଦ୍ବେତ ମାନଦଣ୍ଡ

ଧନ୍ୟ ତୁମ୍ଭର ଅମୂଲ୍ୟ ଅତୁଲ୍ୟ ଜୀବନ!!

ସୀମାହୀନ ପ୍ରବଞ୍ଚନାର ଛତ୍ରଛାୟା ତଳେ

ଅଙ୍କୁରି ଉଠୁଛି ଆତଙ୍କର ମହାଦ୍ରୁମ

ଛଦ୍ମବେଶୀ ଧର୍ମନିରପେକ୍ଷତାର ଆଢୁଆଳେ

ଆତଙ୍କୀ କରଇ ମାନବବାଦର ହନନ

ଖୋଜିଖୋଜି ବାଛିବାଛି ହିନ୍ଦୁସ୍ଥାନରେ

ଖେଳନ୍ତି ହୋଲି ହିନ୍ଦୁର ଲହୁରେ

ସ୍ପଷ୍ଟ ଦିବାଲୋକରେ କାଶ୍ମୀର ଭୂଇଁରେ

କେହି ତ କାହିଁ ତ କେଉଁଠାରେ

ଦେଖିନି ଶୁଣିନି ଏଥିପାଇଁ ଦରଦ ତୁମ୍ଭର

ଲାଭ ନାହିଁ ଯେଣୁ ଏଥିରେ

ତୁମ ତୁଣ୍ଡରୁ ନସ୍ଫୁରେ ବଚନ

ଏମିତି ଚୁପ୍ ରହିବ ଆଉ କେତେ ଦିନ??

ପ୍ରବଞ୍ଚନାର ବି ଗୋଟେ ସୀମା ଥାଏ

ଆତଙ୍କବାଦର ଧର୍ମ ନାହିଁ କହି କହି

ଦେଉଥାଅ ତାହାରେ ପ୍ରତ୍ୟକ୍ଷ ପ୍ରୋତ୍ସାହନ

ମୃତ୍ୟୁଦଣ୍ଡାଦେଶ ପ୍ରାପ୍ତ ଆତଙ୍କୀର ପାଇଁ

ନିଶିଥରେ ପିଟୁଥାଅ ମଥା ଆପଣାର

ଯିବାପାଇଁ ମୁଖ୍ୟ ନ୍ଯାୟାଳୟ ଦ୍ବାର

ଆତଙ୍କବାଦୀର ଶବ ଶୋଭାଯାତ୍ରାରେ

କରୁଥାଅ ତୁମ୍ଭେ ବ୍ୟାକୁଳେ ରୋଦନ

ସତେ ଅବା ତୁମ୍ଭ ଆତ୍ମୀୟ ସ୍ବଜନ

ତାହାର ବିୟୋଗ ବ୍ୟଥା ତ ଦାରୁଣ!!

ବର୍ବର କ୍ରୁର କାପୁରୁଷ ଅମଣିଷ

ଆତଙ୍କବାଦୀକୁ ଯଥାମାନ୍ୟେ ଯଥାରୀତିରେ

ଦେବାକୁ ଅନ୍ତିମ ବିଦାୟ ଭୂମିରେ କବର

ତୁମେ ତ ଥାଅ ସଦାସର୍ବଦା ତୟାର

ପୁଷ୍ପମାଲ୍ଯ ଅର୍ପଣ କରିବାକୁ ତତ୍ପର

ସଜାଇ ଦିଅ ତାହାକୁ ସମ୍ପ୍ରଦାୟର ବୀର

ପକାଇ ହୁରି କର ବିକଟାଳ ଚିତ୍କାର

ଧର୍ମୀୟ ସ୍ଲୋଗାନ ବର୍ବରତାର ଜୟ ଜୟକାର!!

ହେଳାରେ ତୁମ୍ଭର କାହିଁ ହୁଅଇ ପାଶୋର

ଅଣ୍ଟିର ନିଆଁଝୁଲ ଚିରକାଳ ବଡ଼ ଭୟଙ୍କର

ଆଜି ପାଳି ତାଙ୍କର ତ କାଲିକୁ ତୁମ୍ଭର

ବିଶ୍ବାସ ଅବିଶ୍ଵାସର ପ୍ରଚକ୍ଷୁରେ

ଦୂରଦର୍ଶନ ପରଦାର ତର୍କ ବିତର୍କରେ

ବାରେ ଚାହିଁ ଦେଖ ପାଖ ପଡିଶାଘର

ବେଳ ହୁଁ ହୁଅ ହେ ତୁମେ ହୁସିଆର

ସମୟର ଆଜି ଏଇ ବଜ୍ର ଆହ୍ବାନ

ସଦା ରହିଛି ରହିବ ଜିନ୍ଦାବାଦ୍ ହିନ୍ଦୁସ୍ଥାନ

ତ୍ଯଜି ଦ୍ବେତ ମାନଦଣ୍ଡ ବର୍ଜି ତୁଷ୍ଠିକରଣ

ସନ୍ମାର୍ଗରେ ବିତାଅ ଆପଣା ଅବଶିଷ୍ଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy