STORYMIRROR

Bhaswati Basu

Others

4.5  

Bhaswati Basu

Others

ସବୁ ଝିଅଙ୍କୁ ପଦେ

ସବୁ ଝିଅଙ୍କୁ ପଦେ

1 min
901




ନଦୀ ମାତ୍ରେ ଏକୁଟିଆ

ନଦୀ ମାତ୍ରେ ବାଲିଚର।

ତୁ କାହିଁକି ନଦୀ ହବୁ ଝିଅ?

ସେ ଫୁଲକୁ ଛିଣ୍ଡାଏ ପ୍ରେମିକ

ସେ ଫୁଲରେ ଭାସୁଥାଏ ମନ ।

ତୁ କାହିଁକି ଫୁଲ ହବୁ ଝିଅ?

ସତୀ ମାନେ ଶାମୁକାର ଖୋଳ

ସତୀ ମାନେ ଶିବ ସହ ଶବ

ତୁ କାହିଁକି ସତୀ ହବୁ ଝିଅ?

ହରିଣୀର ସୁନା ରଙ୍ଗ ଦେହ

ହରିଣୀର ବନ୍ଧୁ ନୁହଁ ବ୍ୟାଧ

ତୁ କିଆଁ ହରିଣୀ ହବୁ ଝିଅ?

ନଦୀ, ସତୀ ଫୁଲ ଆଉ ହରିଣୀ ନ ହେଇ

ତୁ ଏଥର ଆକାଶ ହେଇ ଯା।

ମନର ବନ୍ଧନ ଫିଟେଇ

ଦେହକୁ କରି ଦେ ସାଗର

ଈଶ୍ୱରୀୟ ଦେବୀତ୍ୱ ଫୋପାଡ଼ି

କେବଳ ମାନବୀ ହେଇ ଯା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍