STORYMIRROR

Bhaswati Basu

Others

2  

Bhaswati Basu

Others

ପ୍ରତି ଇତି ପରେ ନୂଆ ଏକ ଆରମ୍ଭ

ପ୍ରତି ଇତି ପରେ ନୂଆ ଏକ ଆରମ୍ଭ

1 min
14.2K


ପ୍ରତି ଇତି ପରେ ନୂଆ ଏକ ଆରମ୍ଭ

ଜୀବନ ଅବିରାମ ଆଣି ଥୋଇ ଦେଇ 

ଚାଲିଥାଏ ନୁଆଁ ପୁଣି ଏକ ବିକଳ୍ପ ,

କହି ଚାଲିଥାଏ ,

ବାଛିନିଅ,

ସମ୍ଭାବିତ ଉତ୍ତରମାଳା ମଧ୍ୟରୁ ଗୋଟିଏ ,

ସଠିକ ଉତ୍ତର----------------------!

ଦେହ ଓ ଦାହା ଅସ୍ତିତ୍ଵ ହଜିଯାଏ ଯଦି ହଜିଯାଉ,

ହଜି ଯାଉ ପଛେ ନିଜ ପରିଚୟ,

ନୁଆଁ କେଉଁ ? ଏକ ସମ୍ପର୍କ ଖୋଜୁ ଖୋଜୁ,

କାହାର କଣ ? 

ଏଠି ଯାଏ ଆସେ, ଯିଏ ଯାହା ନିଶାରେ ମସଗୁଲ, 

କାହା ପାଇଁ ତୁମେ ଖବର କାଗଜର ନିଚ୍ଛକ 

ଇସ୍ତିହାରଟିଏ,

ପଢି ସାରିଲା ପରେ ରଡି ଛାଡିବା 

ଖାଲି ରହିଯିବ 

ବଳକା ରଦି ଅଳିଆ ଆବର୍ଜନା ଭିତରୁ ଯେଉଁଠି ତୌଲା ହୁଏ 

ମିଛର ନିକିତି କଣ୍ଟାରେ ଅର୍ଦ୍ଧ ବିଗଳିତ ଶରୀର,

କୁଢ଼ ମୁଲରେ ବିକ୍ରି କରେ ଏଠି ସପନ ବଣିକ ଲୁହ ଓ କୋହ-----------------!!

ଭୁଲ କେଉଁଠି ? କ୍ରେତା,ବିକ୍ରେତା,ବିକ୍ରିଦ୍ରବ୍ୟ ନା ପଣ୍ୟସ୍ଥାନର

ଦ୍ୱାପରରେ ଥିଲା,

ସମର୍ପିତା ପାଇଁ ବିଷପୀୟୂଷ ଅମୃତ,

ଆଜି ଦେଖ କିଏ ?

କେତେ ଜାଳୁଛି ଜୋର ତାର ଅଧିକ,

ଜଳୁଛି କେବଳ ନିଚ୍ଛକ ଭାଵପ୍ରବଣ ମଣିଷ,

ବିଚ ବଜାରେ ପ୍ରତ୍ୟାଖିତ ହୁଏ ତାରି ସତ୍ୟ,

ସତ୍ୟ,ସେ ପୁଣି କିଏ ? ତା ପରିଚୟ 

କେବେଠୁଁ ଗଲାଣି ହଜି 

ପାଗଳ ଗାରଦରେ ଭର୍ତ୍ତି ହୋଇ ବିଳପିତ ପାଗଳ ମାନଙ୍କ ଅବାଗିଆ ଶବ୍ଦ ଉଚ୍ଚାରଣ ଭିତରେ

ତୁମେ କେବେ ଶୁଣିଛ ତା ଆର୍ତ୍ତନାଦ

ସେ ବି କୁହେ କଥା------------------------!!!

ବିବସ୍ତା ହୁଏ କେତେ ଯେ ଦ୍ରୌପଦୀ ଅନ୍ଧାର ଇଲାକାରେ ବୁଝିଲା ବେଳକୁ ପ୍ରେମ ନୁହେଁ ସତ୍ୟ,

ଜଳିବାରେ କେବଳ ଭରି ରହିଛି ଆନନ୍ଦ ହିଁ ଆନନ୍ଦ

ବିକୃତ ମାନସିକତାର ଶିକାର ଅମଡାବାଟର ଯେତେ ସବୁ ପଥିକ

କେବଳ କହିବାରେ କଥାଟିଏ ହୋଇ ରହିଯାଏ 

ପ୍ରେମ -------ଶାଶ୍ୱତ, ସତ୍ୟ,ଚିରନ୍ତନ,

ମା ବି ଏଠି ବିକ୍ରି କରେ ଛୁଆ ଗାଁ ହାଟ ମଝିରେ ହୋଇ ଠିଆ 

ଜୀବନ ଏଠି ଚାଲିଛି ରହିଯାଏ କହିବାରେ ହୋଇ କେବଳ ଏକ ,

ତାତ୍ପର୍ଯ୍ୟ--------------------------!!!!

©®କାଶ୍ୟପ ରାୟଗଡା,

ତା-୦୬-୦୨-୧୮,ସକାଳ-୧୧.୩୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍