STORYMIRROR

Bhaswati Basu

Fantasy Others

2  

Bhaswati Basu

Fantasy Others

ଘନ କୁହୁଡ଼ିଆ ବ୍ୟସ୍ତତା

ଘନ କୁହୁଡ଼ିଆ ବ୍ୟସ୍ତତା

1 min
13.2K


ଘନ କୁହୁଡ଼ିଆ ବ୍ୟସ୍ତତା

ଦିଶୁନି ତ, ପାଇବି କେମିତି?

ଉତ୍ସବରେ ତୁମକୁ ଖୋଜିବି

ନା ତୁମ ଭିତରେ ଉତ୍ସବକୁ?

ଶୋକର ଆୟୁଷ ବର୍ଷେ ପରା?

ତା ପରେ

ଆଉ କଣ ଲୋଡ଼ିବିନି ତୁମକୁ?

ଆଉ କଣ

ବିଲେଇ ଆସି ଆଂଚୁଡିବନି

ମନର ନରମ ମାଟି?

ଛାତି ଚିରି ଆଉ କେହି

ଓଟାରିବନି ହୃଦୟକୁ?

ସକାଳର ଚା କପ

ପୁଣି ଉଷୁମ ଲାଗିବ?

ଝିଅ, ଘର, ଆଲମାରୀ ଥାକ

ସବୁ ପୁଣି ସ୍ୱାଭାବିକ

ସାଇତା, ସଜଡ଼ା?

ତା ପର ଠାରୁ ସବୁକିଛି ଠିକ ହେଇଯିବ?

ମୁଁ ମୁକ୍ତି ପାଇଯିବି?

ଆଉ

ତୁମେ ବି ମୁକ୍ତ ହେଇଯିବ?

ଆଚ୍ଛା ହଉ

ଖାଲି ଗୋଟେ ପ୍ରଶ୍ନର ଉତ୍ତର ଦିଅ

ମତେ ମୁକ୍ତି ଦେଇ

ମୁକ୍ତ ପୁରୁଷ ତୁମେ କୋଉଠିକି ଯିବ?

ମତେ ତୁମ ନୂଆ ଘରର

ଠିକଣା କହିବ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy