STORYMIRROR

Krushnapriya Mohapatra

Classics Fantasy Others

3  

Krushnapriya Mohapatra

Classics Fantasy Others

ସରିଲାଣି ଘୋଷଯାତ୍ରା

ସରିଲାଣି ଘୋଷଯାତ୍ରା

1 min
50

ସରି ସରି ଆସିଲାଣି ଘୋଷ ଯାତ୍ରା ବିଧି

କିମ୍ପା କରୁଣା ନ କଲ କରୁଣାବାରିଧି।


କାଲି ତ ବିଜେ କରିବ ଶ୍ରୀ ମନ୍ଦିର ମଧ୍ୟେ

ଦର୍ଶନ ମିଳିଲା ନାହିଁ ଭକତଙ୍କୁ ଵାଧେ।


ଛାଉଣୀ ମଠ କୂଅରୁ ଆସିଲାଣି ଜଳ

ପାଣିଆ ଆପଟ ନିଯୋଗି କରନ୍ତି ସକଳ।


ତିନି ତିନି ନଅ ଗୋଟି ତୁମ୍ବା ପ୍ରାୟ ହାଣ୍ଡି

ମିଶା ଯାଏ ନଅ ପରକାର ପଦାର୍ଥ ଟି।


କ୍ଷୀର, ଛାଚି, କଦଳୀ, ନବାତ, ଛେନା ସର

ମରିଚ ସହିତ ଜାଇଫଳ ଯେ କର୍ପୁର ।


ତୁମ ଅଧରକୁ ସ୍ପର୍ଶ କରିବା ସହିତ

ହାଣ୍ଡି ଭାଙ୍ଗି ପଣା ଦେଇ କରଯେ ତୃପତ।


ଅଧର ଶ୍ଚୁମ୍ବିତ ତୁମ ଅଧର ପଣାକୁ

ଉତ୍ସର୍ଗ କରିଦେଲ ହେ ଅତୃପ୍ତ ଗଣଙ୍କୁ।


ପାର୍ଶ୍ୱ ଦେବାଦେବୀ ଯେତେ ସନ୍ତୋଷ ହୋଇଣ

ଆନନ୍ଦେ ଫେରିବେ ସର୍ବେ ନିଜ ନିଜ ସ୍ଥାନ।


ମାତାଙ୍କ କ୍ରୋଧକୁ ଶାନ୍ତ କରିବା ନିମନ୍ତେ

ନେବେ ସାଙ୍ଗେ ପ୍ରଭୁ ରସଗୋଲା ବିଧିମତେ।


ସିଂହଦ୍ୱାରରେ ପ୍ରବେଶ କରିବାକୁ ହରି

ମାନଭଞ୍ଜନ କରିବ କଳହ ନ କରି।


ମହାଲକ୍ଷ୍ମୀଙ୍କ ସହିତ ଭେଟଯେ ହୋଇବ

ଯୁଗେ ଯୁଗେ ଏ ପ୍ରଥାର ପ୍ରସିଦ୍ଧି ରହିବ ।


 ଆଶୀଷ ଦିଅ ଏବେ ହେ ଲୀଳା ମୟପ୍ରଭୁ

କରୋନା ବିନଷ୍ଟ ହେଉ ବିଶ୍ୱ ଶାନ୍ତି ଲଭୁ।


       


Rate this content
Log in

Similar oriya poem from Classics