STORYMIRROR

Krushnapriya Mohapatra

Children Stories Inspirational

3  

Krushnapriya Mohapatra

Children Stories Inspirational

ସ୍ୱଦେଶୀ କିଣ

ସ୍ୱଦେଶୀ କିଣ

1 min
182

ମୋ ଦେଶ ମାଟି ପବିତ୍ର ଅତି

ନାହିଁ ତା ସମ କେହି

ତାହାରି ପାଣି ତାର ପବନେ

ବଞ୍ଚିଛି ପରା ମୁହିଁ।


ମୋ ଦେଶ ଗଢ଼ା ଯେତେ ଦରବ

ସବୁ ଯେ ପ୍ରିୟ ମୋର

କାହିଁ କିଣିବି ଅନ୍ୟ ଦେଶର

ନ କିଣି ମୋ ମାଟିର।


ସ୍ୱଦେଶୀ ବସ୍ତୁ, ସୁଲଭ ମୂଲ୍ୟ

ମହଙ୍ଗା ଯେ ବିଦେଶୀ।

କିଣିବା ଆମେ ଦେଶୀ ଦରବ

ଦେଶ ଉଠିବ ହସି।


ଭାରତ ହେବ ବିଶ୍ୱେ ପ୍ରଖ୍ୟାତ

ବଢିବ ତା ଗୌରବ।

ତା ପାଇଁ ତ୍ୟାଗ କରିବା ଆମେ

ବିଦେଶୀ ଯେ ଦରବ।


କାରିଗରଙ୍କ ନିପୁଣ ହାତେ

ଗଢ଼ା ଯେ ଯେତେ ଚିଜ

ସବୁ ଆମରି ଦେଶ ତିଆରି

ଅନ୍ୟ ଦେଶରୁ ଖୋଜ?


ବିଦେଶୀ ବସ୍ତୁ ବର୍ଜନ କର

ସ୍ୱଦେଶୀ ଆପଣାଅ।

କହିବା ଆମେ ଗରବେ ସର୍ବେ

 ଭାରତ ମାତାର ଜୟ।



Rate this content
Log in