STORYMIRROR

Krushnapriya Mohapatra

Children Stories Inspirational Children

4  

Krushnapriya Mohapatra

Children Stories Inspirational Children

ମୋ ଦେଶ ମହାନ

ମୋ ଦେଶ ମହାନ

1 min
257

 


ମୋ ଦେଶ ମାଟି ପବିତ୍ର ଅତି

ନାହିଁ ତା' ସମ କେହି

ତାହାରି ପାଣି ତା'ର ପବନେ

ବଞ୍ଚିଛି ପରା ମୁହିଁ।

ମୋ ଦେଶ ଗଢ଼ା ଯେତେ ଦରବ

ସବୁ ଯେ ପ୍ରିୟ ମୋର

କାହିଁ କିଣିବି ଅନ୍ୟ ଦେଶର

ନ କିଣି ମୋ ମାଟିର।

ସ୍ବଦେଶୀ ବସ୍ତୁ, ସୁଲଭ ମୂଲ୍ୟ

ମହଙ୍ଗା ଯେ ବିଦେଶୀ।

କିଣିବା ଆମେ ଦେଶୀ ଦରବ

ଦେଶ ଉଠିବ ହସି।

ଭାରତ ହେବ ବିଶ୍ୱେ ପ୍ରଖ୍ୟାତ

ବଢିବ ତା' ଗୌରବ।

ତା' ପାଇଁ ତ୍ୟାଗ କରିବା ଆମେ

ବିଦେଶୀ ଯେ ଦରବ।

କାରିଗରଙ୍କ ନିପୁଣ ହାତେ

ଗଢ଼ା ଯେ ଯେତେ ଚିଜ

ସବୁ ଆମରି ଦେଶ ତିଆରି

ଅନ୍ୟ ଦେଶରୁ ଖୋଜ?

ବିଦେଶୀ ବସ୍ତୁ ବର୍ଜନ କର

ସ୍ବଦେଶୀ ଆପଣାଅ।

କହିବା ଆମେ ଗରବେ ସର୍ବେ

 ଭାରତ ମାତାର ଜୟ।


 








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍