STORYMIRROR

Krushnapriya Mohapatra

Classics Inspirational Others

4  

Krushnapriya Mohapatra

Classics Inspirational Others

ମୁଁ କାନ୍ଥ କହୁଛି

ମୁଁ କାନ୍ଥ କହୁଛି

1 min
236

ମୁଁ କାନ୍ଥ କହୁଛି ,

ମୁଁ ଏବେବି ଜାଣେନା ମୋତେ କିଏ ଗଢ଼ିଛି,

ମୁଁ କାନ୍ଥ କହୁଛି.....

ମୋର ଏ ଅସାଢ ଦେହ

କେବେ ଗଢ଼ା ହୁଏ ମାଟିରେ ତ

କେବେ ଇଟା ସିମେଣ୍ଟ ବାଲିରେ l 

ମୁଁ ରକ୍ଷା କରେ ପ୍ରାଣୀଙ୍କୁ

ଖରା ,ବର୍ଷା, ଶୀତ ଆଉ ଶତ୍ରୁ ଦ୍ୱାହିରେ।

ଜନ୍ତୁ ଜୁନ୍ତା ଆଉ ପଶୁ ମାନଙ୍କ ସହ

ଚୋର ତସ୍କରଙ୍କ ଠାରୁ ରକ୍ଷା ପାଇବାରେ।

ମୁଁ କାନ୍ଥ କହୁଛି ,

ସବୁରି ପାଇଁ ଲୋଡ଼ା ହେଉଛି।

ମୁଁ କାନ୍ଥ କହୁଛି l 


ମା'ର ପଣତ କାନି ପରି ଭରସା ଦିଏ ତ

କେବେ ଜାତିସ୍ମର ସାଜି ଐତିହ୍ୟକୁ ରକ୍ଷା କରେ ।

ମଣିଷ ଲେଖି ରଖେ ସଂସ୍କୃତି ,

ଧର୍ମ ବାଣୀ ଅଧ୍ୟାତ୍ମିକ ଚେତନାର କଥା।

ଖୋଦେଇ ରଖେ ପୁଣି ସଭ୍ୟତାର କୀର୍ତ୍ତି,

କାରିଗରୀ, ଲୁପ୍ତ ମୁଖ ଭାଷା ।

ଇତିହାସର ମୁକସାକ୍ଷୀ ମୁଁ ,

କାଳ ଗର୍ଭୁ ରକ୍ଷା ପାଇଁ ଭରସା ଦେଇଛି ,

ମୁଁ କାନ୍ଥ କହୁଛି।

ଶହ ଶହ ବର୍ଷ ତଳ ଅକୁହା ବେଦନା ଆଉ ଯେତେ ବିବଶତା ସବୁ ସାଇତି ରଖିଛି।

ମୁଁ କାନ୍ଥ କହୁଛି।


ମଗୁଶିରେ ଓଡ଼ିଆଣି ପଲ୍ଲୀ ବାଳା

ମାଟିକାନ୍ଥେ ଛାଟି ଦିଏ କମନୀୟ ଲକ୍ଷ୍ମୀ ପାଦପଦ୍ମ 

ସୋଦୁଅରେ ଧାନକେଣ୍ଡା, ଧାନଶୀସା 

ଝଲ ମଲ ଦିଶେ କାନ୍ଥ ଅପରୂପ।

ସାମାଜିକ ସୁରକ୍ଷା ଆଉ

ପରିବାର କଲ୍ୟାଣର ଅଭିନବ ବାର୍ତ୍ତା।

କାନ୍ଥ ଦେହେ ଲେଖା ଥାଏ

ଜୀବନ ଜିଇଁ ବାର କଳା ଆଉ ଆଦର୍ଶର ଶିକ୍ଷା ।

ଦୁଃଖ ଯାହା ମୋ ମନରେ ନିତି ନିତି ଗୁମୁରି କାନ୍ଦୁଛି,

ମୁଁ କାନ୍ଥ କହୁଛି।

ଇଟା ମାଟି କାନ୍ଥ ଠାରୁ ଖୁବ ଶକ୍ତ

ସେ ଅଦୃଶ୍ୟ ବିଭାଜନ କରେ ଯେଉଁ କାନ୍ଥ ,

ରକ୍ତ ସମ୍ପର୍କ ମଧ୍ୟରେ ସୃଷ୍ଟି ହୁଏ ଅବିଶ୍ୱାସ,

ଇର୍ଷା ଆଉ ଅସହିଷ୍ଣୁ ଭାବ।

ସେତୁ ଆଉ କାନ୍ଥ ଦୁହିଁଙ୍କର ଉପାଦାନ

ସମାନ ସମାନ ହେଲେ ଜଣେ ଯୋଗସୂତ୍ର,

ତ ଜଣେ ସ୍ନେହ, ପ୍ରେମ ବିଶ୍ୱାସର

ଯେତେ ସୁସମ୍ପର୍କ କରେ ଦୁଇଧାର।

ବୁଝିଯାଅ ତୁମେ ଏବେ ବି ସମୟ ଅଛି,

ଛନ୍ଦି ଦିଅ ହାତରେ ହାତକୁ

ସେତୁ ପରି ହୁଅ ସଦା କାନ୍ଥ ହୋଇ

ନ ଭାଙ୍ଗ କେବେ କାହା ସମ୍ପର୍କକୁ ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics