STORYMIRROR

Krushnapriya Mohapatra

Inspirational

3  

Krushnapriya Mohapatra

Inspirational

ଜୟ ଜବାନ ଜୟ କିଷାନ ଜୟ ବିଜ୍ଞାନ

ଜୟ ଜବାନ ଜୟ କିଷାନ ଜୟ ବିଜ୍ଞାନ

1 min
295

ନିର୍ଭୟ ଚିତ୍ତରେ ଶତ୍ରୁ ସହ ଲଢେ ମାତୃଭୂମୀ ପାଇଁ

ସୀମା ସରହଦେ

ରକ୍ତେ ଲେଖେ ତାର ଜୀବନ କବିତା

ଇତିହାସ ତାର ପ୍ରତିଟି ମୁହୂର୍ତ୍ତ ସାକ୍ଷୀ

ସେଇ ସେ ଜବାନ, ସୁପୁତ୍ର ମହାନ ଭାରତ ମାତାର ଗର୍ବିତ ସନ୍ତାନ ବନ୍ଧୁକ ଆଗରେ ପାତିଦିଏ ନିଜ ଛାତି।

ପାତିଦିଏ ନିଜ ଛାତି

ଜୟ ସେ ଜବାନ, କୀର୍ତ୍ତି ତା ଅମ୍ଲାନ, ଯୁଗ ଯୁଗ ଧରି ଗାଏ ଯେ ଭାରତ 

ଜବାନର ଜୟଗୀତି

ଜବାନର ଜୟ ଗୀତି।


ଦିନ ଅବା ରାତି, ଖରା କି ବରଷା 

ନ କରି ଆଳସ୍ୟ ଖଟି ଥାଏ ଯିଏ 

କ୍ଷେତରେ ତାହାର,ମାଟି ସଙ୍ଗେ ହୋଇ ମାଟି। ମୁଣ୍ଡ ଝାଳ ତୁଣ୍ଡେମାରି

ରକତକୁ ପାଣି କରି , 

ରକତକୁ ପାଣି କରି

ଚାଷୀ ଭାଇ ସେ ଆମରି,

ଯାଏନା କେବେ ସେ ଡରି,କିଏ ଅଛି ତାର ସରି।

ଏ ଦେଶର କୋଟି କୋଟି ଜନଗଣ ,

ଯାହା ପାଖେ ସଦା ଋଣୀ, 

ଜୟ ସେ କିଷାନ ଯାହାର ଅନ୍ନରେ 

ପ୍ରତି ପାଳିତ ଏ ଜାତି

ପ୍ରତି ପାଳିତ ଏ ଜାତି।


ଜନନୀ ଜଠରୁ ଜାତ ହୋଇଥିଲେ ଦିନେ ସେ ପୁଣ୍ୟପ୍ରାଣ। 

ଦେଶ ମାତୃକାର ସେବାରେ ନିଜକୁ କରିଥିଲେ ନିୟୋଜନ।

ଜୟ ଜବାନ ଜୟ କିଷାନ "ର ସ୍ଲୋଗାନ

ଦୃଢ଼ କଣ୍ଠେ ଯିଏ ଘୋଷଣା କରିଲେ,

 ଭରିଦେଲେ ସ୍ୱାଭିମାନ।

 ଭାରତ ମାର ସୁଯୋଗ୍ୟ ସନ୍ତାନ, 

ପ୍ରଧାନମନ୍ତ୍ରୀ "ଲାଲ ବାହାଦୂର ଶାସ୍ତ୍ରୀ"

ଜାଳିଥିଲେ ଯିଏ ସଭିଙ୍କ ମନରେ

ଶକ୍ତି,ସ୍ପର୍ଦ୍ଧା ସଂହତି, ଆତ୍ମବିଶ୍ୱାସର ବତୀ।

ଭାରତର କୋଟି ଜନତାର କଣ୍ଠୁ ଝଂକୃତ ଆଜି ସେଇ ଜୟ ଗାଥା ପରା।


ଗୁଞ୍ଜରିତ ଦେଶସାରା

ଗୁଞ୍ଜରିତ ଦେଶ ସାରା

ବିଜ୍ଞାନବଳେ ମାନବ ଜାତିର ହୋଇଛି ଅଭ୍ୟୁଦୟ, ବିଜ୍ଞାନ କରିଛି,

ଜୀବନଯାତ୍ରାକୁ ସହଜ ସୁଗମ,ଦୂରକୁ ନିକଟ, ଆଗାମୀ ସଙ୍କଟୁ କ୍ଷୟ।

ବିଜ୍ଞାନେ ସାଧିତ ଯେତେ ଯେତେ କୀର୍ତ୍ତି ,

ମହାକାଶ ଠାରୁ ଚନ୍ଦ୍ର ପର୍ଯ୍ୟନ୍ତ

ଥାପିଛି ମଣିଷ ପାଦ,

ଗଢ଼ିଛି ଅନେକ ଅସ୍ତ୍ର

ଭାଙ୍ଗିଛି ଶତ୍ରୁର ଗର୍ବ।


ଜୟ ବିଜ୍ଞାନ ଜୟ

ବିଜ୍ଞ ପୁରୁଷ,ଜ୍ଞାନୀ ସୁହୃଦ,

ମାତୃଭୂମିର ଯୋଗ୍ୟ ଦାୟାଦ, 

ପ୍ରଧାନମନ୍ତ୍ରୀ ସନ୍ଥ ଅଟଳ 

ପ୍ରଚାର କରିଲେ ,ବିଶ୍ୱ ଦରବାରେ

ଜୟ ବିଜ୍ଞାନ ଜୟ,

ଜୟ ବିଜ୍ଞାନ ଜୟ।

ସତ୍ୟ ଅଟେ ତାଙ୍କ ନାରା, 

ବିଜ୍ଞାନ ବିନା ଏ ସାରା ସଂସାରେ 

ସବୁ କିଛି ଯେ ଅଧୂରା ।

ସବୁ କିଛି ଯେ ଅଧୂରା।

ଜୟ ଜବାନ, ଜୟ କିଷାନ, ଜୟ ବିଜ୍ଞାନର

ନାରା, ବଜାୟ ରଖିବା ଧାରା, ଆମେ

ବଜାୟ ରଖିବା ଧାରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational