STORYMIRROR

Krushnapriya Mohapatra

Action Classics Others

3  

Krushnapriya Mohapatra

Action Classics Others

ଶ୍ରୀ ମନ୍ଦିରରେ ବସନ୍ତୋତ୍ସବ

ଶ୍ରୀ ମନ୍ଦିରରେ ବସନ୍ତୋତ୍ସବ

1 min
237

ମଧୁମାସ ଅନ୍ତେ ପୂର୍ଣ୍ଣିମା ଆସନ୍ତେ

ହୁଅନ୍ତି ଉଚ୍ଚାଟ ଶ୍ୟାମ ସୁନ୍ଦର,

ଗୋପାଙ୍ଗନା ଆଉ ରାଧା ରାଣୀ ସଙ୍ଗେ

ଆନନ୍ଦେ ଖେଳିବେ ରଙ୍ଗ ଅବିର।ସଖି ଗୋ.....


 ମନ୍ଦ ମନ୍ଦ ବହେ ଚଇତି ପବନ 

ଚଞ୍ଚଳ ଚିତ୍ତ ଯେ ଜଗତ ଜନ

ମଳୟ ମହକେ ଚଉଦିଗ ବାସେ

ଦୋଳେ ବିଜେ ହେବେ ଯେ ଶ୍ୟାମଘନ।ସଖି ଗୋ.....


ରସରାଜ ସେଇ ରସିକ ଶେଖର

ରଙ୍ଗ ଅବିରକୁ ଅଙ୍ଗରେ ବୋଳି

ନାଲି ଅଧରରେ ଅଧା ଅଧା ହସ

ଆଭୂଷଣେ ବେଶ ହୋଇ ଚାଚେରୀ।ସଖି ଗୋ.....


ଫଗୁଣେ ଚାଚେରୀବେଶେ ବନମାଳୀ

ଦେଖି ହୋଇଯାଏ ଚିତ୍ତ ଯେ ଚୋରି

ମୋହନ ସୁନ୍ଦର ନୀଳ କଳେବର

ବାତୁଳି ହୁଅନ୍ତି ଗୋପଗୁଆଳୀ।ସଖି ଗୋ......


କୄସୁମ କଳିକା ସେ ଗୋପ ବାଳିକା

କଞ୍ଜ ନେତ୍ର କଟାକ୍ଷ ରେ ମୋହିତ

କାମିନୀ ଚିତ୍ତକୁ ଉଚ୍ଚାଟ କରାନ୍ତି

ସୁବେଶ ହୋଇଣ ବସ୍ତ୍ର ଲୋହିତ।ସଖି ଗୋ....


ଫାଲ୍ଗୁନ ଶୁକ୍ଳ ଦଶମୀ ଦିବସ ରୁ 

ଚତୁର୍ଦ୍ଦଶୀ ମଧ୍ୟେ ପଞ୍ଚ ଦିବସ  

ଦ୍ବିପ୍ରହରରଧୂପ ପରେ ପରେ ହୁଏ

ଜଗତନାଥଙ୍କ ଚାଚେରୀ ବେଶ।ସଖି ଗୋ.......


ଦୋଳ ପୂର୍ଣ୍ଣମୀ ରେ ଚତୁର୍ଦ୍ଧାମୁରତି

ସ୍ଵର୍ଣ୍ଣଅଳଙ୍କାରେ ମଣ୍ଡିତ ହୋଇ

ଭକତ ଜନଙ୍କୁ ଦର୍ଶନ ଦିଅନ୍ତି

ରାଜ ରାଜେଶ୍ୱର ରୂପେ ମାଧୋଇ। ସଖି ଗୋ....

ଗିଳି ,ପଦ୍ମ, ହରଡ଼ ତିନି ମାଳ  

ତାବିଜ ସହିତେ,କର୍ଣ୍ଣ କୁଣ୍ଡଳ 

ମସ୍ତକେ ଶୋଭଇ ମୟୁର ଚନ୍ଦ୍ରିକା,

ଅଣ୍ଟାପଟି, ଓଡ଼ି଼ଆଣୀ ଉତ୍ପଳ।ସଖି ଗୋ......


ଚନ୍ଦ୍ର ସୂର୍ଯ୍ୟ ସଙ୍ଗେ ତଡଗି ଲାଗି

ହୁଅନ୍ତି ସୁବେଶ ହଳଦୀ ମୁଖୀ

ଚାଚେରୀ ବେଶ ରେ ଭୋଗଲାଗି ହୋଇ

ଭୂ ଦେବୀ ଶ୍ରୀ ଦେବୀ ସଙ୍ଗରେ ରଖି।ସଖି ଗୋ....


 କର୍ପୁର ଆଳତୀ କରି ସାନନ୍ଦ

ବେହରଣ ଦ୍ୱାରେ ପରମାନନ୍ଦ

ଶ୍ରୀଦେବୀ ଭୂଦେବୀମନ୍ଦିରେ ଫେରନ୍ତି

ମଣି ବିମାନ ରେ ଦୋଳଗୋବିନ୍ଦ।ସଖି ଗୋ....


ଦକ୍ଷିଣ ଦ୍ୱାରରେ ବିଜେ ସତ୍ୱର

ଭୋଗ ଲାଗି ହୁଏ ନାନା ପ୍ରକାର

ଧଉଳା,ଘିନାଡି ମରୁଚି ଆରିସା

ଖିରି ନଡୁ ଆଉ ଲବଣୀ ସର।ସଖି ଗୋ....


ବିମାନେ ଗମନ କରି ସରାଗେ

 ନୀତି ହୁଏ ଜଗନ୍ନାଥ ବଲ୍ଲଭେ

ବାହୁଡା ବିଜୟ କରି ଶ୍ରୀ ମନ୍ଦିରେ

ବିଜେ ହୋଇ ଥାନ୍ତି ଦକ୍ଷିଣ ଘରେ।ସଖି ଗୋ.....


ଜଉର କୁମ୍ପାରେ ଫଗୁ ଯୋଗାଡି

ଅଭିମନ୍ତ୍ରିତ କରାନ୍ତି ସଂମ୍ପାଦି

ମୁଦିରସ୍ତ ସେଇ ଫଗୁ ଛାଟି ଥାନ୍ତି

ତିନି ବାଡ଼ପରେ ପ୍ରଭୁ ଙ୍କୁ ଧ୍ୟାୟୀ। ସଖି ଗୋ........


ଶ୍ରୀକ୍ଷେତ୍ର ମହିମା କି ଅବା କହି

ଅପୂର୍ବ କ୍ଷେତ୍ର ଏ ନାହିଁ ତ ମହୀ

ରାଧା ମୋହନ ଙ୍କ ଚରଣେ ପ୍ରଣତୀ

ଭକ୍ତିଭାଵ ସଦା ଥାଉ ମୋ ରହି।ସଖି ଗୋ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action