ରଜ ମଉଜ
ରଜ ମଉଜ


ଦୋଳି ହେଲା କଟ ମଟ, ମୋ ଭାଇ ମୁଣ୍ଡରେ ସୁନା ମକୁଟ,
ସୁନା ମକୁଟ ଲୋ ଭାଉଜ ପିନ୍ଧିବ ପାଟ l
ପଣସକାଟିଲେ ଅଠା, ବୋଉ କରିଥିଲା ଆରିସା ପିଠା
ଆରିସା ପିଠା ଲୋ,ଖାଇ ଖାଇ ମନ ଚିଟା l
ରଜରେ ବାଣ୍ଟିଲି ପାନ ମୋ ଭାଇ ମୁଣ୍ଡରେ ଫୁଲ ଚନ୍ଦନ
ଫୁଲ ଚନ୍ଦନ ଲୋ, ଭାଉଜ ଜାଣନ୍ତି ମନ l
ସଜନା ଗଛର ଛାଇ, ଭାଇ ମୋ ରହିଲେ ବିଦେଶ ଯାଇ l
ବିଦେଶ ଯାଇ ଲୋ, ଭାଉଜ ରୁହନ୍ତି ଚାହିଁ l
ମହମହ ବାସେ ମଲ୍ଲୀ, ଭାଉଜଙ୍କୁ ନେଇ ମେଳାକୁ ଗଲି
ମେଳାକୁ ଗଲି ଲୋ, କିଣିଦେଲି ପାଟ ଫୁଲି l
କଇଁ ଫୁଲ ରଙ୍ଗ ନେଳି,, ସାଙ୍ଗ ହୋଇ ଆସ ଖେଳିବା ଦୋଳି
ଖେଳିବା ଦୋଳି ଲୋ, ଗୀତ ଗାଇ ରଜ ଦୋଳି l
କୁଳୁ କୁଳୁ ବହେ ନଈ, ଅଳତା ସିନ୍ଦୁର ହୋଇବା ନାଇ l
ହୋଇବା ନାଇ ଲୋ, ପ
ୋଡ଼ ପିଠା ଖାଇ ଖାଇ l
ବିରି ଚାଉଳର ଆଣ, କଉଡ଼ି ଖେଳିବା ପଣ କୁ ପଣ
ପଣ କୁ ପଣ ଲୋ, ଗୋଟି ଗଣି ଗଣି ଆଣ l
ଶିଶୁ ହସେ ଖିଲି ଖିଲି, ଘରେ ଘରେ ପଡେ ତାସ୍ ପାଲି l
ତାସ୍ ପାଲି ଲୋ, ରଜ ରେ ମଉଜ ଖାଲି l
ନଈ ପାଣି କଳ କଳ , ଗାଁ ଦାଣ୍ଡେ ହୁଏ କବାଡି ଖେଳ
କବାଡି ଖେଳ ଲୋ,ଗଛ ମୂଳେ ପଶା ଖେଳ l
ଚାଷ କାମ ତ,ନ ହୁଏ ,ମାଟି ଖୋଳା ତଡା ନ କରନ୍ତି କିଏ l
ନ କରନ୍ତି କିଏ ଲୋ, ଠାକୁରାଣୀ ସ୍ନାନ ଯାଏ l
ରଜ ପର୍ବ ହେଲେ ଶେଷ, ଚାଷ କାମ ହୁଏ ସାରା ବରଷ l
ସାରା ବରଷ ଲୋ, ଚାଷୀ ମୁଖେ ଥାଏ ହସ l