ଶୀତ ଉତ୍ସବ
ଶୀତ ଉତ୍ସବ
ଶୀତ ଆସେ ପରା
ମହୀ ମଣ୍ଡଳେ
ଆନନ୍ଦ ଖୁସିର
ଉତ୍ସବ ନେଇ।
ଚାରି ମାସେ ପର୍ବ
ପର୍ବାଣୀ ମେଲାଇ
ଚଞ୍ଚଳ ହରଷ
ମନରେ ଆଣି।
କାର୍ତ୍ତିକର ଶେଷ
ବୋଇତ ବନ୍ଧାଣ
ଶୀତ ଆସଇ
ଧିରେ ଥିରି ଥିରି।
ମାର୍ଗଶୀର ଗୁରୁବାର
ମାଣବସା ପୂଜା ପର୍ବ
ସାଥେ ଜାଡ଼
ଶୀତ ଲହରୀ।
ପୁଷ ରେ ଧନୁ ମୁଆଁ
ଭ୍ରମଣ ଉତ୍ସାହ
ସଫଳ ଏକାଦଶୀରେ
ପୂଜି ଶ୍ରୀହରି।
ମକର ସଂକ୍ରାନ୍ତି,
ସାମ୍ବ ଦଶମୀ
ମାଘ ମାସେ ପୂଜା
ବିଧି ଟି ନିତି।
