STORYMIRROR

Jyotsna Acharya

Abstract Classics Others

3  

Jyotsna Acharya

Abstract Classics Others

ଶୀତ ଉତ୍ସବ

ଶୀତ ଉତ୍ସବ

1 min
154

ଶୀତ ଆସେ ପରା 

ମହୀ ମଣ୍ଡଳେ

ଆନନ୍ଦ ଖୁସିର 

ଉତ୍ସବ ନେଇ।


ଚାରି ମାସେ ପର୍ବ

ପର୍ବାଣୀ ମେଲାଇ

ଚଞ୍ଚଳ ହରଷ 

ମନରେ ଆଣି।


କାର୍ତ୍ତିକର ଶେଷ

ବୋଇତ ବନ୍ଧାଣ

ଶୀତ ଆସଇ 

ଧିରେ ଥିରି ଥିରି।


ମାର୍ଗଶୀର ଗୁରୁବାର 

ମାଣବସା ପୂଜା ପର୍ବ 

ସାଥେ ଜାଡ଼ 

ଶୀତ ଲହରୀ।


ପୁଷ ରେ ଧନୁ ମୁଆଁ

ଭ୍ରମଣ ଉତ୍ସାହ

ସଫଳ ଏକାଦଶୀରେ

ପୂଜି ଶ୍ରୀହରି।


ମକର ସଂକ୍ରାନ୍ତି,

ସାମ୍ବ ଦଶମୀ

ମାଘ ମାସେ ପୂଜା

ବିଧି ଟି ନିତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract