ଭଙ୍ଗା ହୃଦୟ
ଭଙ୍ଗା ହୃଦୟ
ଭାଙ୍ଗି ଦେଇ ଏଇ ହୃଦୟ କୁ ମୋର
ଚାଲି ଗଲ ଏକା କରି,
ଭାବିଲନି ଥରେ କେତେ ଭଲ ପାଏ
ଚାହିଲନି ଥରେ ଫେରି।
ଫେରି ଚାହିଲେ ବି କି ଲାଭ ହେବ
ଭଲ ଯଦି ପାଅ ନାହିଁ,
କେମିତି ଜାଣିବ କେମିତି ବୁଝିବ
ଝୁରୁଅଛି ତୁମ ପାଇଁ।
ଝୁରି ଝୁରି ଆଜି ଦିନ ସବୁ ଗଲା
ରହି ଗଲା ଖାଲି ସ୍ମୃତି,
କହିଦିଅ ଥରେ ଭଲ ପାଅ ବୋଲି
ଆତ୍ମା ହେଇଯାଉ ତୃପ୍ତି।
