ସ୍ୱାର୍ଥପର ଭାବଇ ସାରା ମୁଲକ ତାର
ସ୍ୱାର୍ଥପର ଭାବଇ ସାରା ମୁଲକ ତାର
ଉଣେଇଶ ବାଉନ ମସିହାରେ ଆଇନଷ୍ଟାଇନଙ୍କୁ
ମିଳିଲା ସର୍ବୋଚ୍ଚ ଆସନ
କହିଥିଲେ କିନ୍ତୁ ସେ 'ଫିଜିକ୍ସ' ରେ ଅନଭିଜ୍ଞ ଛାତ୍ର
ଜାଣନ୍ତିନି କ୍ଷମତା-ଶାସନ |୧|
ପ୍ରସିଦ୍ଧ ଗଣିତଜ୍ଞ ଗ୍ରୀଗୋରି ପରେଲମ୍ୟାନ ବିଶ୍ୱେ
ହୁଅନ୍ତି ବିଖ୍ୟାତ
2006 ରେ କରି ଫେରସ୍ତ କଲେ ତାଙ୍କର ପଦକ
ଓ ବିପୁଳ ଅର୍ଥ ସମସ୍ତ |୨|
ଏଇ ତ ନିଃସ୍ୱାର୍ଥପର ସରବ ସରଳ ନମ୍ର ଭଦ୍ର
ମଣିଷ ବ୍ୟକ୍ତିଙ୍କ ବ୍ୟବହାର
ଶୁଭ୍ର ସୌମ୍ୟ ବିନମ୍ରତା ପୂର୍ଣ୍ଣ ମଣିଷର ବ୍ୟବହାର
ଲାଗଇ ଅତି ମନୋହର |୩|
ଶୈଶବରୁ ଶିକ୍ଷା ଅଭାବେ ଏବେ ପାଇବା ଆମେ
ଉଦ୍ଧତ କୃତଘ୍ନ ମଣିଷର ବ୍ୟବହାର
ଲୋଭୀ ସ୍ୱାର୍ଥପର ଅର୍ଥ କ୍ଷମତା ଜୋର ବଳ ଭାବ,
ସାରା ମୁଲକ କିପରି ହେବ ତାହାର |୪|