STORYMIRROR

Partha Sabar

Classics

3  

Partha Sabar

Classics

ଭାବର କାଳିଆ

ଭାବର କାଳିଆ

1 min
116

 


ଭାବ ବିନୋଦିଆ ହେ! ଚକାଆଖିଆ

    ଭକତ ଭାବରେ ବନ୍ଧା

ଚକାନୟନରେ ସଂସାର ଦେଖୁଛ

   ତୁମ ଭାବେ ମୁହିଁ ବନ୍ଧା।। 


ସଂସାର ସାଗରୁ ପାରି ହେବା ପାଇଁ

   ଗାଉଛି ତୁମରି ନାମ

ଭାବରେ ଡାକୁଛି ଆକୁଳେ ତୁମକୁ

  ତ୍ରାହି କର ପରଂବ୍ରହ୍ମ।। 


ଶବରୀ ପରିକି ହୋଇ ମୁଁ ପାରିବି

 ଦେବାକୁ ନାହିଁ ମୋ ଫଳ

ଶବର କୁଳରେ ଜାତ ହେଲେ ମଧ୍ଯ

  ଦେବାକୁ ନାହିଁ ମୋ ଫଳ।। 


ବିଦୁରର ଭାବ ମୋ ପାଖେ ଅଭାବ

   ଶାଗଭଜା କିବା ଦେବି

ତୋ ଭାବ ଡୋରିରେ ବାନ୍ଧିଦେ କାଳିଆ

     ଭକ୍ତି ଜଳେ ଭିଜାଇବି।।


ସୁଦାମାର ସମ ସଖା ନୁହଁ ତୁମ 

   ଖୁଆଇବି ଖୁଦ ଭଜା

ମୁଁ ଅତି ସାମାନ୍ଯ ମାନବ ଅଧମ

   ଭାବରେ ଡାକୁଛି ରଜା।। 


ଏ ଭବ ସାଗରେ ମାୟା ସଂସାରରେ

   ତୁହି ମୋ ଜୀବନ ତରୀ

ଆତୁରେ ଡାକୁଛି ବିକଳେ କାନ୍ଦୁଛି

  ବାନ୍ଧି ଦେ ତୋ ଭାବଡୋରି।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics