STORYMIRROR

Partha Sabar

Inspirational

4  

Partha Sabar

Inspirational

ଗୁରୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର

ଗୁରୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର

2 mins
271

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ମହେଶ୍ୱର

ଗୁରୁ ସତ୍ୟ ଗୁରୁ ଶିବ ଗୁରୁ ହିଁ ସୁନ୍ଦର

  ପୂଜ୍ୟ ଘେନ ନମସ୍କାର

ତୁମର ଆଶିଷେ ଗଢା ମୋହର ସଂସାର ।


ଆଦ୍ୟ ଗୁରୁ ପିତା ମାତା ମୋର ଜନ୍ମ ଦାତା

ଦେଲେ ଜନ୍ମ ଦେଲେ ଶିକ୍ଷା ସଂସ୍କାର ବାରତା

  ବ୍ୟବହାର ସଦାଚାର

କୋଟି ପ୍ରଣିପାତ କରେ ବାରେ ଘେନା କର ।


ଜନ୍ମ କର୍ତ୍ତା ମାତା ପିତା ଗୁରୁ ଦ୍ୟନ୍ତି ପ୍ରାଣ

ମାଟି ପିଣ୍ଡୁଳା ମଧ୍ୟରେ ପିଣ୍ଡ କଲ ଦାନ

    ଗୁରୁ ଦେବ ଅଟ ବ୍ରହ୍ମା

ଶିଷ୍ୟ ପ୍ରାଣ ପ୍ରତିଷ୍ଠାତା କର ଜୀବ ଦାନ ।


ମାନବ ଜୀବନ ପୂର୍ଣ୍ଣ ସଙ୍କଟ କଷଣ

ପଦେ ପଦେ ପ୍ରତିଘାତ କଣ୍ଟକିତ ପୁଣ

    ରକ୍ଷା କର୍ତ୍ତା ବିପଦରୁ

ପରମ କୃପାଳୁ ଗୁରୁ ବିଷ୍ଣୁ ମହମେରୁ ।


ଜୀବନର ପ୍ରତି ଦୋଷ କରୁଛ ସଂହାର

ଜ୍ଞାନାଲୋକେ ଦୂର କର ଆଜ୍ଞାନ ତିମିର

  ଆହେ ଗୁରୁ ମହେଶ୍ୱର

ବିଧାତା କ୍ରୋଧରୁ ଗୁରୁ ବର ରକ୍ଷା କର ।


ଅଜ୍ଞାନ ଅନ୍ଧାର ମଧ୍ୟେ ଜ୍ଞାନ ପରକାଶ

କାମ କ୍ରୋଧ ଲୋଭ ମୋହ ଷଡରିପୁ ନାଶ

    ତ୍ରିଗୁଣ ସୃଷ୍ଟି ରହସ୍ୟ

ଆଶୀର୍ବାଦେ ଯା'ର ମୋକ୍ଷ ଲାଭ କରେ ନର ।


ଗୁରୁ ରୂପରେ ଈଶ୍ଵର ଛନ୍ତି ବିଦ୍ୟମାନ

ଈଶ୍ୱର ସାନିଧ୍ୟ ପଥ କର ପ୍ରଦର୍ଶନ

  ଈଶ୍ୱର ଅନୁସନ୍ଧାନ

ଗୁରୁକୃପା ବଳେ ଆକାଂକ୍ଷା ହୁଏ ପୂରଣ ।


ସାଂସାରିକ ମୋହ ମାୟା ଯେତେକ ବନ୍ଧନ

ଶାଶ୍ଵତ ଆନନ୍ଦ ମୋକ୍ଷ ପ୍ରାପ୍ତି ତବ ଜ୍ଞାନ

      ଜନମ ମରଣ ଚକ୍ର

ବିଷୟ ବାସନା ମୁକ୍ତ ଦାନ କର ନେତ୍ର ।


ସାର୍ଥକ ହୁଏ ଜୀବନ ପରଶରେ ଯା'ର

ଅଙ୍ଗାରୁ ହୀରକ ହୁଏ ଲୌହରୁ କନକ

    ଗୁରୁ ପଥ ପ୍ରଦର୍ଶକ

ମହା ସେତୁ ବନ୍ଧ ଗୁରୁ ଜ୍ଞାନ ସଂଯୋଜକ ।


ଅମୃତ ର ଜ୍ଞାନ ଦାନେ କରାଅ ଦର୍ଶନ

ଗତି ମୁକ୍ତି ଶକ୍ତି ଗୁରୁ ଜ୍ୟୋତି ଅମଳିନ

ଗୁରୁ ପଦ ପାଦ ରଜ

କଳୁଷ ଜୀବନ ମଧ୍ୟେ ମୁକତିର ବୀଜ ।


ନସ୍ୱର ସଂସାରେ ସତ୍ୟ ଗୁରୁ ହିଁ ଈଶ୍ୱର

ଗୁରୁ ବିନା ଲଭ୍ୟ ନୁହେଁ ଜ୍ଞାନର ଭଣ୍ଡାର

 ଅବିନାଶୀ ଗୁରୁବର

ଗୁରୁ ବ୍ରହ୍ମା ବିଷ୍ଣୁ ଶିବ ନମଣିବ ନର ।


ଗୁରୁ ପ୍ରକାଶ ଉଜ୍ଜ୍ବଳ କୋଟି ସୂର୍ଯ୍ୟ ସମ

ତାହାଙ୍କ ଗାରିମା ସମ ହେବ କି ଗଗନ

   ଗୁରୁ ଜ୍ଞାନର ସାଗର

ସ୍ଥିର ହିମାଳୟ ଗୁରୁ ମାନସରୋବର ।


ସମାଜର ମୂଳ ପିଣ୍ଡ ଜାତିର ଜୀବନ

କୋଟି ଶିଷ୍ୟ ପ୍ରାଣେ ଜ୍ୟୋତି କରନ୍ତି ପ୍ରଦାନ

   ଜଳି ପ୍ରଦୀପ ସମାନ

ଦୀପ୍ତମୟ ଚିରନ୍ତନ ଗୁରୁ ଗରୀୟାନ ।


ଗରୁକୃପା ବଳେ ନିମ୍ବ ହୁଏ ମଧୁ ସମ

କୋଇଲାରୁ ହୀରା ହୁଏ ପଙ୍କରୁ ଯେ ପଦ୍ମ

  ଗୁରୁ ମଳୟ ପବନ

ଦିବ୍ୟ ପରଶରେ କାଷ୍ଠ ହୁଅଇ ଚନ୍ଦନ ।


ଗୁରୁ ଦ୍ରୋହି ତିନିଲୋକେ ପାଏ ନାହିଁ ସ୍ଥାନ

ନିନ୍ଦାକାରି ଜନ କରେ ନରକ ଗମନ

  ହେବ ତ୍ରିସଙ୍କୁ ସମାନ

ଗୁରୁବର ସେବକରି ହୁଅ ଆୟୁଷ୍ମାନ ।


ଗୁରୁ ବିନା କାହୁଁ ରାମ ଗୋବିନ୍ଦ ଅର୍ଜୁନ

ତିନି ଲୋକେ କାଳେ କାଳେ ରଚି ଥାନ୍ତେ ନାମ

  ଗୁରୁ କୃପା ବଳେ

ଉପମନ୍ୟୁ ଏକଲବ୍ୟ ଯଶସ୍ୱୀ ହୋଇଲେ ।


ମୁଡ଼ ମନ ସେବ ଗୁରୁ ପଦେ ରଖ ଧ୍ୟାନ

ଗୁରୁ ଆଶିର୍ବାଦ କଲେ ହୋଇବୁ ମୋଚନ

   ଚରଣେ ରଖ ଶରଣ

ଗୁରୁ ବନ୍ଦନୀୟ ପୂଜ୍ୟ ଘେନ ମୋ ପ୍ରଣାମ।


Rate this content
Log in

Similar oriya poem from Inspirational