STORYMIRROR

Partha Sabar

Abstract

3  

Partha Sabar

Abstract

ଭାଇ ହାତେ ବନ୍ଧିବି ରାକ୍ଷୀ

ଭାଇ ହାତେ ବନ୍ଧିବି ରାକ୍ଷୀ

1 min
131


ସ୍ନେହ ପ୍ରେମ ଭାବ ବନ୍ଧନେ

ବନ୍ଧା ଭାଇ ଭଉଣୀ

ଜଣକ ହୃଦୟ ବେଦନା

ଅନ୍ୟେ ପାରଇ ଜାଣି।।


ସ୍ନେହର ସୂତାରେ ଜଡ଼ିତ

ସଦା ଭ୍ରାତା ଭଗିନୀ

ଦୁଇଟି ଶରୀର ହେଲେ ହେଁ

ଆତ୍ମା ଗୋଟିଏ ପୁଣି।।


ଭାଇ ଭଗ୍ନୀ ପ୍ରେମ ଅତୁଟ

ଭାବ ବନ୍ଧନ ସଦା

ଭାବ ହୃଦ ସାଥେ ହୃଦୟ

ସୂତା ଖିଅରେ ବନ୍ଧା।।


ଜହ୍ନ ଲୁଚି ପାରେ ବଉଦେ

ଭାନୁ ନୀଳ ଗଗନେ

ଧରା ମିଶିଯିବ ପ୍ରଳୟେ

ଗିରି ଜ୍ଵାଳା ଉଦ୍ଗିରଣେ।।


ଗଙ୍ଗା ଜଳ ସମ ପବିତ୍ର

 ଭାଇ ଭଉଣୀ ପ୍ରେମ

ଭାଇ ପାଇଁ ସଜେ ଶକତି

 ଭଗ୍ନୀ ରକ୍ଷା ବନ୍ଧନ।।


ପବିତ୍ର ପାବନ ବନ୍ଧନ

ସ୍ନେହର ପ୍ରତିଦାନ

ସୂତା ଖିଅ ରକ୍ଷା କବଚ

ଅଟେ ରକ୍ଷା ବନ୍ଧନ।।


ଭାଇ ହସ୍ତେ ବାନ୍ଧଇ ରାକ୍ଷୀ

 ସାକ୍ଷୀ ଚକାନୟନ

ସୁଭଦ୍ରା ଭଗିନୀ ସଙ୍ଗତେ

 ବିଜେ ସେ ବଳରାମ।।


ଶୁଭାଶିଷ ଦେଇ ଚନ୍ଦନ

ଦିଏ କପାଳେ ଲେଖି

ଧୂପ ଦୀପ ଜାଲେ ଠାକୁରେ

ଭକ୍ତି ଭାବ ସମର୍ପି।।


ପ୍ରୀତିର ବନ୍ଧନ ହାତରେ

 ବାନ୍ଧି ଯୋଡି ବନ୍ଧନ

ସୁଖେ ଦୁଃଖ ଶାହା ହୋଇବ

ପ୍ରଭୁ ଚକାନୟନ।।


ଭାଇ ଭଉଣୀର ସମ୍ପର୍କ

ଅଟେ ଅମୂଲ ମୂଲ

ଅତୁଳ ଐ ସ୍ୱର୍ଯ୍ୟ ବୈଭବ

ସମ ନୁହେଁ ତା ' ତୁଲ୍ୟ।।


ଭାଈ ଭଉଣୀଙ୍କ ସ୍ନେହଠୁ

 ସ୍ନେହ ଜଗତେ ନାହିଁ

ଘୋଷ ଯାତ୍ରା କାଳେ ବାରତା

ଦିଏ କଳା ଗୋସାଇଁ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract