STORYMIRROR

Partha Sabar

Classics

3  

Partha Sabar

Classics

ବିଘ୍ନ ବିନାଶକ

ବିଘ୍ନ ବିନାଶକ

1 min
185


ଗଉରୀ ନନ୍ଦନ ପ୍ରଭୁ ବିଘ୍ନ ବିନାଶନ

ଏକଦନ୍ତ ମହାକାୟ ସିନ୍ଦୂର ବଦନ

  ଗଣାଧ୍ୟକ୍ଷ ଗଜ କର୍ଣ୍ଣ

ଆଜ୍ଞାନକୁ ଜ୍ଞାନ ଦାନେ ହର ହେ କଷଣ।।


ବିମଳ କମଳାସନ ମୂଷିକ ବାହନ

ପରଶୁ ପାଶ ଅଙ୍କୁଶ ହସ୍ତେ ଶୋହେ ତୁମ

    ଭାଳ ଚନ୍ଦ୍ର ଶୂର୍ପକର୍ଣ୍ଣ

ଅଭୟ ବରଦ ପ୍ରଭୁ ସୁବର୍ଣ୍ଣ ବରନ।


ବୁଦ୍ଧିଦାତା ସିଦ୍ଧିଦାତା ହେ ମଙ୍ଗଳମୟ

 ସର୍ବ ଶକ୍ତି ପରଂବ୍ରହ୍ମ ତନୁ ଖର୍ବକାୟ

   ରିଦ୍ଧି ସିଦ୍ଧି ବିଦ୍ୟା ଦାତା

କଳା ବିଜ୍ଞାନର ସ୍ରଷ୍ଟା କଳୁଷ ହରତା।


ଗିରିଜା ନନ୍ଦନ ପୂଜ୍ୟ ପାପ ବିମୋଚନ

ଆକୁଲେ ଡାକୁଛି ହୃଦେ କର ଆଗମନ

   ରକ୍ତ କୁସୁମ ଚନ୍ଦନ

ସାଇତି ରଖିଛି ପ୍ରଭୁ ଘେନ ମୋ ଜଣାଣ।


ତୁମ ଦୟା ବଳେ ପଙ୍ଗୁ ଲଙ୍ଘି ପାରେ ଗିରି

ଅଜ୍ଞାନ ପଣ୍ଡିତ ହୁଏ କୃପାରେ ତୁମରି

     ଗଣପତି କୃପାକର

ଜଗତ ଅଜ୍ଞାନ ଦୂର କର ଗଣେଶ୍ୱର ।



Rate this content
Log in

Similar oriya poem from Classics