STORYMIRROR

Dhaneswar Dash

Classics

3  

Dhaneswar Dash

Classics

କୁମାର ଉତ୍ସବ

କୁମାର ଉତ୍ସବ

1 min
374

ଜୋତ୍ସ୍ନାରେ ବିଧୌତ ରଜନୀ ଆଜି ଗୋ

କୁମାର ପୂର୍ଣ୍ଣିମା ନାମ,

କୁଆଁରୀ ମାନଙ୍କ ମନ ଅମାନିଆ 

ଦେଖନ୍ତି ସାତ ସପନ ।


ଚନ୍ଦ୍ର ପୂଜା କରିଥାଆନ୍ତି ସକଳେ

ମନଲାଖି ପତି ପାଇଁ, 

କେତେ ଯେ ସପନ ଭରିଥାଏ ମନେ

ଅସରନ୍ତି ଭାବ ନେଇ ।


ନାରୀ ଜୀବନରେ ସ୍ବାମୀସୁଖ ବିନା

ଅପରିପୂର୍ଣ୍ଣତା ଥାଏ,

ସ୍ବାମୀ ମନ ନେଇ ସମର୍ପିତା ହୁଏ 

ନିଜକୁ ହଜାଇଦିଏ ।


ସବୁକିଛି ଭୁଲି ସ୍ବାମୀର ସେବାରେ

ବିତାଉଥାଏ ଯେ' ଦିନ,

ଦୁଃଖଥାଏ ଯାହା ଜୀବନରେ ତା'ର 

ପାସୋରି ଦିଏ ଟି ମନ।


ସଂସାରରେ ଏହା ନିଗୂଢ ସମ୍ପର୍କ 

ମନରେ ପୀରତି ଜାଗେ,

ପରସ୍ପର ମଧ୍ୟେ ବୁଝାମଣା ଥିଲେ

ଦିନ କଟେ ଅନୁରାଗେ ।


ଏପରି ଭାବନା ମନମଧ୍ୟେ ରଖି

ବୃନ୍ଦାବତୀ କରେ ପୂଜା,

ସତୀନାରୀ ହେଲେ ତ୍ରିପୁରା ରାକ୍ଷସ

ଖୁସିରେ ପାଳଇ ପ୍ରଜା ।


ଯେବେ ଯେବେ ନାରୀ ଅସତୀ ହୁଅନ୍ତି 

ରାକ୍ଷସ ଯାଆନ୍ତି ମରି,

ମନରେ ନିର୍ମଳ ଭାବ ନ ଆସିଲେ

ପତିସୁଖ ଯାଏ ସରି ।


Rate this content
Log in

Similar oriya poem from Classics