ମଳୟର ବିଭାବରୀ
ମଳୟର ବିଭାବରୀ
ଫଗୁଣେ ବସନ୍ତ ପ୍ରିତି ପରଶରେ
ମଳୟର ବିଭାବରୀ,
କ୍ଷତ ଦେଇଯାଏ ବ୍ଯାକୁଳ ସ୍ପନ୍ଦନେ
ଅସ୍ପଷ୍ଟ ଆଗମ ବାରି ।
ବ୍ଯାକୁଳତାପୂର୍ଣ୍ଣ ଆବେଗରେ ଭରା
ଅସଞ୍ଜତ କେଶ ରାଜି,
ଚାତକ ପରାୟ ଅପେକ୍ଷାରେ ରତ
ଅଭିସାର ଯାଏ ଭାଜି ।
ବିଷର୍ଣ୍ଣ ବଦନ ବକୁଳ ସୁବାସେ
ଚିନ୍ତନ ଯେ ଭାରାକ୍ରାନ୍ତ,
ମାନସପଟ୍ଟରେ ପ୍ରତିଛବି ଖେଳେ
ଶୋକାତୁର ଅବିରତ ।
ବିରହ ଗଞ୍ଜଣା ଅସହ୍ୟ ଯନ୍ତ୍ରଣା
କଟାକ୍ଷ ବେଦନା ଭରା,
ଦ୍ବିଗୁଣିତ କରେ ଏକାନ୍ତ ଜୀବନ
ସ୍ମୃତି ଥାଏ ଅପାଶୋରା ।
କାନ୍ତ ବିନା ହୁଏ ରଜନୀ ପ୍ରତିୟ
କୋଟି ଦିବା ସମ ସ୍ଥଳ,
ଆଖିରେ ଆଖିଏ ପ୍ରିତି ପିୟୁଷ ର
ମଦନ ମଥନ ଜଳ ।