STORYMIRROR

Sambit Srikumar

Romance Classics Inspirational

3  

Sambit Srikumar

Romance Classics Inspirational

ସମ୍ମୋହନ

ସମ୍ମୋହନ

1 min
120


ଦୁନିଆର ଭିଡ଼ ଭିତରେ

ଏମିତି ଏକ ଖାସ୍ ଚେହେରା

ଭୁଲିବାକୁ ଚାହିଁଲେ ବି

ଭୁଲି ହୁଏନି ତାକୁ ଜୀବନସାରା!

ଘନ ମେଘାଛନ୍ନ ଆକାଶରେ

ବିଜୁଳି ଚମକ ସମ ଦିଶୁଥାଇ

ରୂପେଲି ପ୍ରତିବିମ୍ବ ତା'ର

ମାତ୍ର କିଛି କ୍ଷଣ ରହି ରହି!

କିନ୍ତୁ ମୋ ମନ ଆକାଶରେ

ରହିଛି ସେ' ଘର କରି

ପ୍ରୀତି ସୋହାଗରେ

ମହା ଆନନ୍ଦରେ

ଯେତେ ଚାହିଁଲେ ବି

ମୁହିଁ ପାରେନି ବିସ୍ମରି!

ମନ ମସ୍ତିସ୍କକୁ ରହିଛି ଆବୋରି

ମୋ ଜାଗତିକ ସତ୍ତାକୁ

ଯେ' ରହି ଅଛି ଘେରି

ଇଏ ମୋହ ମାୟା ଅବା

ମୋ ମନର କଳ୍ପନା

ମୁଁ ଜାଣି ତ ପାରେନା!!

ଅଦୃଷ୍ଟ ଅଜ୍ଞାତ ଅପରିଚିତ

ଅଥଚ଼ ଅତି ଆପଣାର

କେଜାଣି କାହିଁକି ଲାଗଇ

ଅସମ୍ଭବ ମୋତେ

ମୁହୂର୍ତ୍ତଟିଏ ବି କାଟିବା

ବିନା ତାହାର ସ୍ମୃତିରେ

ଚିନ୍ତନରେ ଅବା ସାନିଧ୍ୟରେ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance