ପ୍ରଥମ ପ୍ରେମ
ପ୍ରଥମ ପ୍ରେମ
ଖୁସିରେ ନାଚିଲା ସାରା ଆକାଶଟା
ପୀରତିର ଝର ବୋହିଲା
ପ୍ରଥମ ଦେଖାରେ ପ୍ରଥମ ପ୍ରେମ ମୋ
ଯେବେ ସଫଳତା ପାଇଲା ।
ଝଲ ମଲ ତାରା ଗହଳି ଭିତରୁ
ଦେଖିଲି ତା' ଚାନ୍ଦ ମୁହଁ
ତାରା ଗହଣରେ ଚାହିଁ ଥିଲା ମୋତେ
ତା'ର ଢଳ ଢଳ ଆଖି ଦ୍ୱୟ ।
ନୂଆ କରି ମୁହିଁ ତା' ପ୍ରେମେ ପଡିଥିଲି
ଗାଉଥିଲି ପ୍ରେମ ଗୀତ
ତା' ନିଆରା ହସ ଭରି ଦେଲା ହୃଦେ
ପ୍ରେମର ମିଠା ସଙ୍ଗୀତ ।
ଝଲମଲ ରୋଷଣୀ ସଜାଇଲି ଘର
ପ୍ରିୟା ମୋ ହୋଇଲା ରାଜି
ସାତ ଜନମକୁ ସମ୍ପର୍କ ଯୋଡିଲୁ
ପ୍ରେମ ଫାଶେ ହେଲୁ ବନ୍ଦୀ ।
ଭରିଗଲା ହୃଦ ପ୍ରତି କଣିକାରେ
ପ୍ରଣୟ ମଧୁର ସଂଗୀତ ଧ୍ୱନି
ଦୁଇ ପ୍ରେମ ପକ୍ଷୀ ହୋଇଗଲୁ ଏକ
ଶୁଣି ଶୁଣି ପ୍ରେମ ପ୍ରତିଧ୍ୱନି ।

