ବିବାହ ଗାଥା
ବିବାହ ଗାଥା
ମନ୍ତ୍ରଧ୍ଵନି ସ୍ଵରେ ଅଗ୍ନି ସମ୍ମୁଖରେ ଏକତ୍ର ହୁଏ ଦୁଇଟି ଜୀବନ I
ୟୁଗ ଯୁଗ ଧରି ହସ୍ତଗଣ୍ଠି ଠାରୁ ଆରମ୍ଭ ହୁଏ ବିବାହ ବନ୍ଧନ I
ସାତ ଜନ୍ମ ଲାଗି ବାନ୍ଧେ ଦୁଇ ମନ ସପ୍ତପଦୀର ସାତଟି ସଂକଳ୍ପ I
ସାତ ସ୍ଵପ୍ନ ଭରେ ଯୁଗଳ ନୟନେ ସୁଖ ସଂସାରର ଭରିଣ କଳ୍ପ I
ପରିବାର ମଧ୍ୟେ ସମାଜ ଭିତରେ କରାଏ ସୃଷ୍ଟି ନୂତନ ସମ୍ପର୍କ
ହେଉ ମତଭେଦ ମାନ ଅଭିମାନ ଅଥବା ରହୁ ସଦା ଯୁକ୍ତି ତର୍କ I
ବଦଳୁ ପ୍ରଣାଳୀ ବଦଳୁ ଉପାୟ ଯେତେ ବଦଳୁ ବିବାହର ପ୍ରଥା
ପ୍ରତି ସମାଜରେ ଘର ଗୃହସ୍ଥରେ ଲେଖା ଥାଏ କିଛି ବିବାହ ଗାଥା I

