STORYMIRROR

Shantanu Bhoi

Romance

3  

Shantanu Bhoi

Romance

ଚନ୍ଦ୍ର ତପନ ତାରା

ଚନ୍ଦ୍ର ତପନ ତାରା

1 min
11.5K

          

ଯଉବନ ର ସାଥେ ପାଦ ଦେଇ ଚାଲୁଥିଲି ମୁଁ

ନଥିଲା ମନରେ କିଛି ଆଶା

ନଥିଲା ମନରେ କିଛି ନିରାଶା

ନା ଲକ୍ଷ୍ୟ କିଛି ଥିଲା

ନା ଥିଲା ମନରେ କିଛି ପିପାସା।

ନିର୍ବାକ ହୋଇ ଚାଲୁଥାଏ ଆଲୁଅ କୁ ଅନେଇ ଅନେଇ

ହଠାତ୍ ଆଲୁଅ ଲିଭିଗଲା

ବଢ଼ିଗଲା ପବନ ର ବେଗ

ଘୋଟିଗଲ କଳା ବାଦଲ ର ଛାୟା

ମନେ ମନେ ପ୍ରଶ୍ନ କଲି ଏ କି ଦଇବ ର ମାୟା।

ଏକ କିରଣ ଟେ ଭେଦ କଲା ମୋ ନୟନ କୁ

ଭାବିଲି ଏ ଘଡ଼ି ରେ କିରଣ ଆସିଲା କଉଠୁ

ନ ଥିଲା ଚନ୍ଦ୍ର,ତପନ, ତାରା

ଆକାଶେ ମେଘ ରାଣୀ ଥିଲା ପରା

କିନ୍ତୁ ଏ କି ରଶ୍ମି ଆସିଲା

ଯିଏ ଛିଞ୍ଚି ଦେଲା ଆଲୋକ ର ଧାରା।

ରଶ୍ମି କୁ ଆଡ଼େଇ ଆଡ଼େଇ ଅନେଇଲି

ଦୃଶ୍ୟମାନ ହେଲା ଏକ ଚନ୍ଦ୍ର

ଦୃଶ୍ୟମାନ ହେଲା ଏକ ତପନ

ଦୃଶ୍ୟମାନ ହେଲା ଏକ ତାରା

ନିର୍ଜନ ପଥରେ ଏକ ତରୁଣୀ ଦିଶିଲା

ଯାହାର ମୁଖ ରୁ ନିବିଡ଼ ଅନ୍ଧାରରେ

ଆଲୋକ ର ବନ୍ହି ଝରୁଥିଲା।

                

                        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance