ପ୍ରିୟତମା
ପ୍ରିୟତମା
ପ୍ରିୟତମା ତମେ ତମ ରଜନୀର ରଜନୀଗନ୍ଧା
ତମେ ମଲ୍ଲୀ ଫୁଲର ବାସ
ତୁମରି ହସରେ ଜଗତ ମୋହର
ଯେଉଁଠି ମୋହର ଟିକି ହୃଦୟର ବାସ।
ତୁମେତ ମୋହର ପ୍ରଭାତ କିରଣ
ଅନୁଭବେ ମୋର ହୃଦୟେ ସ୍ପନ୍ଦନ
ପ୍ରତିଟି ସକାଳେ ଦେଖେ ତମ ମୁଖ
ନିମିଷେ ଉଭାଏ କୋଟି କୋଟି ଦୁଃଖ।
ତୁମ ଆଖି ସତେ ସାଗର ସମାନ
କରନ୍ତି ସେ ନୀରେ ସତେ କି ସିନାନ
କଅଣ କରିବି କୁହ ମୋତେ ପ୍ରିୟା
ସେ ସାଗର ଆଜି ଲାଗେ ଜଳଶୂନ୍ୟ।
ତୁମ ସାଗରର ଜଳବିନ୍ଦୂ ମୋହରି ନୟନେ
କେତେ ଦୁଃଖ ସହିବି ଆଉ ଏ ଜୀବନେ
ଆସ ମୋ ପ୍ରିୟା ପୋଛିନିଅ ମୋର ଦୁଃଖ
ଭରିଦିଅ ପ୍ରିୟା ତୁମ ସ୍ମିତହାସ୍ୟେ ମୋର ଅଶ୍ରୁଭିଜା ମୁଖ।
ମାନିନିଅ ପ୍ରିୟା ମୋର ଏ ପ୍ରେମକୁ
ଜୀବନ୍ତ କର ସେ ଦୁଃଖୀ ହୃଦୟକୁ
ତୁମ ବିନା ଜୀବନର ମାନେ କିଛି ନାହିଁ
ତୁମ ବିନା ପ୍ରିୟା ମୋହରି ପ୍ରେମ ସାର୍ଥକ ହେବା ନାହିଁ।