STORYMIRROR

Shantanu Bhoi

Classics

3  

Shantanu Bhoi

Classics

ଏଇତ ଜୀବନ

ଏଇତ ଜୀବନ

1 min
427

ଏଇତ ଜୀବନ

ଲାଗେ ଆଜି ଶୂନ୍ୟ

ପଥ କଣ୍ଟକ ଭରା

ମନ ମୋର ଆଜି ଭାସୁଛି ସାଗରେ

ସମୁଦ୍ର ହସୁଛି ପରା


ଅଗଭୀର ଜଳେ ଭାସୁଛି ଆଜି ମୁଁ

ଜାଣିନି ମୋହର ଅନ୍ତ

ହୃଦୟ ମୋହର କାନ୍ଦୁଛି ଆଜି ସେ

କେ କରି ପାରିବ ତାକୁ ଜୀବନ୍ତ।

ଅନ୍ଧାର ରେ ମୋର ବାଡି ବୁଲେଇ ବୁଲେଇ

ବାଡ଼ି ଟା ତ ହଜିଗଲା

ଅନ୍ଧାର ରେ ଅନ୍ଧ ସାଜିଲି ଆଜି ମୁଁ

ଦୁନିଆ ଯେ ପର କଲା


ଜୀବନ କୁ ଭଲା ଜିଇଁବି କେମିତି

ମୋ ପ୍ରାଣପକ୍ଷୀ ଉଡ଼ି ଗଲା

ଯାହାକୁ ନିଜର କରିଥିଲି ମୁହିଁ

ସେ ଆଜି ମୋତେ ପର କଲା।

ବାଟ ହୁଡ଼ି ହୁଡ଼ି ଜୀବନ ଟା ଗଲା

ଶୈଶବ ଖେଳ ତ ଗଲା

ସେ ଅର୍ଦ୍ଧନଗ୍ନ ପିଲା ବେଳ ମୋର

ସ୍ମୃତି ହୋଇ ରହି ଗଲା


ସାଙ୍ଗ ସାଥି ମେଳ ଡଉଲ ଡାଉଲ

ସତେ କି ଜୀବନ ଥିଲା

ହଜିଗଲା ସେହି ପିଲା ଦିନ ମୋର

ଅଭୁଲା ଅତୀତ ହେଲା।

ଚାଟଶାଳୀ ପାଠ କହିତ ହେବ ନି

ଗୁରୁ ଉପଦ୍ରବ ଥିଲା

ପାଠ ପ୍ରତି ହେଲା ଯେ ଥିଲା ଯାହାର

ବେତ ଆଶୀର୍ବାଦ ଥିଲା


ଗାଁ ପାହାଡ଼ ଆଉ ଝରଣା ସାଙ୍ଗରେ

ଭୂମି ତାର ଦିନେ ଶସ୍ୟ ଶ୍ୟାମଳ ଥିଲା

ମାନସ ପଟଳେ ଆଙ୍କୁ ଥିଲି ତାକୁ

ସେ ଛବି ଆଜି ଲିଭି ଗଲା।

ବାପା'ମା' ଙ୍କର ସେନେହେ ମୋହର

ସରଗ ରାଇଜ ଥିଲା

ବାପାଙ୍କ ତାଗିଦା ସହିତ ମା' ର

କଥା ସୁଆଦିଆ ଥିଲା


ଆଧୁନିକ ହେଲି ଆଧୁନିକ ପଢ଼ି

ପିଲା ବେଳ ଛାଡ଼ିଗଲା

ଗାଁ ଦାଣ୍ଡ ମୋତେ ଝୁରୁଥିଲା ସେ ତ

ଅଚିହ୍ନା ମୋହର ହେଲା।

ମନ ମୋର ଆଜି ହଜିଛି ସେ କାଳେ

ସେ କି ସେ ଜୀବନ ଥିଲା

ବାଲ୍ୟକାଳ ସ୍ମୃତି ଥିଲା ଯେ ମୋହର

ସ୍ମୃତି ରେ ହିଁ ରହିଗଲା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics