STORYMIRROR

Subhasmita Mohanty

Classics Inspirational

4  

Subhasmita Mohanty

Classics Inspirational

ବଡ଼ସିଂହାର ବେଶ

ବଡ଼ସିଂହାର ବେଶ

1 min
279


ବଡ଼ ଦେଉଳରେ ରହିଅଛ ତୁମେ

ଆହେ କାଳିଆ ଠାକୁର,

ଭିନ୍ନ ବେଶ ତୁମେ ଧାରଣ କର ହେ

ତୁମ ମହିମା ଅପାର।


ପ୍ରଥମ ବେଶରେ ଶୋଭା ପାଅ ତୁମେ

ଅବକାଶ ବେଶ ରୂପେ,

ଦ୍ଵିତୀୟ ବେଶରେ ଶୋଭା ପାଅ ବଡ଼

ସିଂହାରର ବେଶ ରୂପେ।


ପ୍ରତ୍ୟହ ଶେଷ ପହଡ଼ ଆଗରୁ ଯେ

ଧାରଣ କର ଏ ବେଶ,

ବିଶେଷ କରି ଭିନ୍ନ ଭିନ୍ନ ପୁଷ୍ପରେ

ହୁଅ ତୁମେ ସୁଶୋଭିତ।


ରାଘବ ଦାସ ଓ ଏମାର ମଠରୁ

ଆସିଥାଏ ଭିନ୍ନ ପୁଷ୍ପ,

ପୁଷ୍ପାଳକ ମାନେ ପାଟ ବସ୍ତ୍ର ସହ

କରିଥାନ୍ତି ସୁସଜ୍ଜିତ।


ଗଭା, ଚନ୍ଦ୍ରିକା,ଅଳତା ଓ ତିଳକ

ଝୁମ୍ପା, ହୃଦୟ ପଦକ,

ଏହି ସବୁଥିରେ ସଜ ହୋଇ ପ୍ରଭୁ

ଲାଗନ୍ତି ମନ ମୋହକ। 


ଚନ୍ଦନ ଲାଗି ପରେ ମୈଲମ କରି

ଏହି ବେଶ କରାଯାଏ,

ଏହି ବେଶ ପରେ ଭୋଗ ଲାଗି କରି

ପହଡ଼ ଟି ପଡ଼ିଥାଏ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics