STORYMIRROR

Subhasmita Mohanty

Classics

4  

Subhasmita Mohanty

Classics

ହୋଇଯିବି ପ୍ରଭୁ ଧନ୍ୟ

ହୋଇଯିବି ପ୍ରଭୁ ଧନ୍ୟ

1 min
323


ଜୀବ ଥିବା ବେଳେ ଦରଶନ କଲେ

ତୋହର ଚକା ନୟନ,

ଏ ଭବ ସଂସାରୁ ପାରି ହେବା ବେଳେ

ନ ଥିବ ଦୁଃଖ ଏ ମନ।


ଅନେକ ପାପ ଯେ ମୁଁ କରି ସାରିଛି

ଜାଣତେ ବା ଅଜାଣତେ,

ତୋର ଦରଶନେ ପାପ କ୍ଷୟ ହେବ

ଏ ବିଶ୍ଵାସ ଅଛି ମୋତେ।


ଦୁରେଇ ଦେବୁନି ତୋ ପାଖରୁ ମୋତେ

ପାପୀ ଟି ଏ ବୋଲି ଭାବି,

ତୋ ଶ୍ରୀ ମନ୍ଦିରେ ଦେବୁ ଟିକିଏ ଯାଗା

ନିତି ତୋ ସେବା କରିବି। 


ତୋ ଛଡ଼ା ମୋର ନାହିଁରେ କେହି ଆଉ

ବୁଝିବାକୁ ସୁଖ ଦୁଃଖ,

ଆଜ୍ଞା ଦେବୁ ଯଦି ରହିବି ତୋ ପାଶେ

ଦେଖୁଥିବି ହେ ଶ୍ରୀମୁଖ।


ଦୁଇ କର୍ଣ୍ଣ ରେ ତୋର ନାମ କୀର୍ତ୍ତନ

ନିତି ବସି ଶୁଣୁଥିବି,

ଚକ୍ଷୁ ଦୁଇଟି ରେ ତୋ ଚକା ଆଖି କୁ

ନିତି ମୁଁ ଯେ ଦେଖୁଥିବି।


ଗୀତ ଗୋବିନ୍ଦ ମୁଁ ଗାଉଥିବି ସଦା

ଗୁନ୍ଥି ଦୟଣା ତୁଳସୀ,

ଅବଢ଼ା ତୋହର ପାଉଥିବି ତୁଣ୍ଡେ

ଆନନ୍ଦ ବଜାରେ ବସି।


ଜୀବ ଯିବାବେଳେ ଶୁଣୁଥିବି ପ୍ରଭୁ

ତୁମ ସେହି ରାମ ନାମ,

ନିର୍ମାଲ୍ୟ ପାଣି ତୁଣ୍ଡେ ଦେଉଥିଲେ

ହୋଇଯିବି ପ୍ରଭୁ ଧନ୍ୟ।



 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics