STORYMIRROR

Subhasmita Mohanty

Classics Inspirational

4  

Subhasmita Mohanty

Classics Inspirational

ଗର୍ବ ଗୌରବ କୋଟି ଓଡ଼ିଆ ର

ଗର୍ବ ଗୌରବ କୋଟି ଓଡ଼ିଆ ର

1 min
335


ଗର୍ବ ଓ ଗୌରବ କୋଟି ଓଡିଆର

    ଅଟଇ ଯେ ଶ୍ରୀମନ୍ଦିର,

ମନ୍ଦିର ର ରତ୍ନ ସିଂହାସନରେ ଯେ

    ବସିଛନ୍ତି ମୋ ଠାକୁର।


ଭାବର ଡୋର ଟି ଲାଗିଗଲେ ଥରେ

     ମିଳେ ପ୍ରଭୁ ଦରଶନ,

ଚକା ଆଖି ତାଙ୍କ ଦେଖିଦେଲେ ଥରେ

     ଜୀବ ହୋଇଯାଏ ଧନ୍ୟ।


ବାରମାସ ରେ ଯେ ତେର ଗୋଟି ଯାତ

   ଶ୍ରୀକ୍ଷେତ୍ର ରେ ହୋଇଥାଏ,

ପ୍ରଭୁ ଙ୍କ ର ଲୀଳାଖେଳା ଦେଖିବାକୁ

    ଭକତ ଙ୍କ ମନ ଚାହେଁ।


ବଡ଼ ମନ୍ଦିର ରେ ବଡ଼ ଠାକୁର ଙ୍କୁ

  ଦେଖିଲେ ଜୀବନେ ଥରେ,

ଅବଶୋଷ କିଛି ରହେନି ଜୀବନେ

   ଦୁଃଖ ଯାଏ ସବୁ ଦୂରେ।


ଭକତ ଙ୍କ ସହ ମିଶିବା ପାଇଁ ଯେ

   ପ୍ରତି ବରଷ କୁ ଥରେ,

ଭାଇ ଭଉଣୀ ସାଥେ ବୁଲି ଆସନ୍ତି

    ଶ୍ରୀମନ୍ଦିର ରୁ ବାହାରେ।


ମହାପ୍ରସାଦ ସହ ଟଙ୍କ ତୋରାଣି

   କିଣେ ସଭିଙ୍କ ର ମନ,

ଜୟ ଜଗନ୍ନାଥ ତୁଣ୍ଡେ ଥିଲେ ସଦା

   ଖୁସି ରେ କଟଇ ଦିନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics