STORYMIRROR

Subhasmita Mohanty

Classics Inspirational

4  

Subhasmita Mohanty

Classics Inspirational

ତୁଳସୀ ରସିଆ ଜଗା କାଳିଆ

ତୁଳସୀ ରସିଆ ଜଗା କାଳିଆ

1 min
787


ତୁଳସୀ ପତରେ ଶରଧା ଯାହାର

   ସିଏ ମୋ କଳା ଠାକୁର,

ବିନା ତୁଳସୀ ରେ ଅସମ୍ପୂର୍ଣ୍ଣ ସିଏ

  ମନ ବୁଝେ ନାହିଁ ତା'ର। 


ତୁଳସୀ ଆଗରେ ହୀରା ଲୀଳା ତୁଚ୍ଛ

   କାଳିଆ ଠାକୁର ପାଇଁ,

ସଜ ହେଲେ ସିଏ ତୁଳସୀ ପତରେ

   ମହମହ ବାସୁ ଥାଇ। 


ସକାଳ ଧୂପ ରୁ ତୁଳସୀ ପତର 

 ଲାଗେ ପ୍ରଭୁ ଙ୍କ ନୀତି ରେ,

ସଂଧ୍ୟା ଧୂପ ପରେ ବଡ଼ ସିଂହାର ରେ

  ତୁଳସୀ ଥାଏ ପାଖରେ।


ଗଳାରେ ତାହାର ଶୋଭା ପାଉଥାଏ

   ଦୟଣା ତୁଳସୀ ହାର,

ଶ୍ରୀଭୂଜ ରେ ସଦା ତୋଳି ନେଇଥାଏ

   କେଡ଼େ ଭାଗ୍ୟ ତୁଳସୀର।


ରାଧା ଓ ମୀରା ଠାରୁ ଅତି ନିଜର

   ଅଟଇ ଏହି ତୁଳସୀ,

ତୁଳସୀ ବିହୁନେ ପୂଜା ହୁଏ ନାହିଁ

   ଜଗା ମୋର ଯାଏ ରୁଷି। 


ଷାଠିଏ ପଉଟି ଭୋଗ ହୁଏ ନାହିଁ

   ବିନା ତୁଳସୀ ପତରେ,

ତୁଳସୀ ପ୍ରିୟ ସେହି କଳା ଠାକୁର

   ପ୍ରଣାମ ତା'ର ପୟରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics