STORYMIRROR

Subhasmita Mohanty

Inspirational

4  

Subhasmita Mohanty

Inspirational

ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସ

1 min
321


ସ୍ୱାଧୀନତା ପରେ ଭାରତବାସୀ ଯେ

   ଚାହିଁଲେ କିଛି ନୂତନ,

ହରଷ ଚିତ୍ତରେ ଭାରତ ଗଢ଼ିଲା

    ଗଣତନ୍ତ୍ରର ଶାସନ। 


ଜାନୁୟାରୀ ମାସ ଛବିଶ ତାରିଖ

    ସ୍ମରଣୀୟ ଏହି ଦିନ,

ସମ୍ବିଧାନ ଆମ କାର୍ଯ୍ୟକାରୀ ହେଲା

   ଏହି ଦିବସରେ ଜାଣ। 


ଆମ୍ବେଦକରଙ୍କ ଚେଷ୍ଟାରେ ପ୍ରତିଷ୍ଠା

   ହୋଇଲା ଯେ ସମ୍ବିଧାନ,

ଧର୍ମ, ବର୍ଣ୍ଣ, ଓ ଭାଷା ନିର୍ବିଶେଷରେ

   ହୋଇଲେ ସର୍ବେ ସମାନ। 


ଏକ ସୁତ୍ରରେ ବାନ୍ଧି ହୋଇଛେ ସର୍ବେ

    ଆମେ ଭାଇ ଓ ଭଉଣୀ,

ଏହି ଦେଶ ପାଇଁ କାର୍ଯ୍ୟ କରିଯିବା

    ସତ କରିବା କାହାଣୀ।


ସାର୍ବଭୌମ ନାମ ଅଟେ ଏହି ରାଷ୍ଟ୍ର

   ବିଶ୍ଵେ ଅତି ପରିଚିତ,

ଗୋଟିଏ ହାର ର ପୁଷ୍ପ ସଦୃଶ ଯେ

  ଜାଣିଛି ସାରା ଜଗତ।


ଆସ ମୋର ଭାଇ ଆସ ହେ ଭଉଣୀ

   ଶପଥ ସଭିଏଁ ନେବା,

ଦେଶ ପାଇଁ ଭଲ କାର୍ଯ୍ୟ କରି ଆମେ

   ସୁପଥରେ ଆଗେଇବା। 




Rate this content
Log in

Similar oriya poem from Inspirational