STORYMIRROR

Subhasmita Mohanty

Classics Inspirational

4  

Subhasmita Mohanty

Classics Inspirational

ଦେବଦାସୀ

ଦେବଦାସୀ

1 min
266


କରିଦିଅ ମୋତେ ଦେବଦାସୀ ପ୍ରଭୁ

ନାଟମଣ୍ଡପେ ନାଚିବି,

ତୁମର ଶ୍ରୀ ଗୀତଗୋବିନ୍ଦ ଗାଇ ମୁଁ

ସମର୍ପିତ ହୋଇଯିବି। 


ପାଦରେ ବାନ୍ଧିବି ମୁଁ ଘୁଙ୍ଗୁର ପ୍ରଭୁ

ଆଖିରେ କଜଳ ଗାର,

ଷୋହଳ ଶୃଙ୍ଗାରରେ ସଜେଇ ହୋଇବି

କରିବନି ପ୍ରଭୁ ପର। 


ତୁମ ଆଶିଷରେ ପାଇଛି ଜୀବନ

କରିବି ମୁଁ ନିତି ସେବା,

ସଂସାର ମୋହରେ ଛନ୍ଦି ନହୋଇ ମୁଁ

ପୂଜୁଥିବି ନିଶି ଦିବା। 


ତୁମ ଚନ୍ଦନକୁ ନାଇବି ମଥାରେ

ପାଇବି ଛଡ଼ା ତୁଳସୀ,

ତୁମ ସମ୍ମୁଖରେ ନାଚୁଥିଲେ ପ୍ରଭୁ

ହୋଇବି ମୁଁ ଚିର ସୁଖୀ। 


ଲୋଡ଼ା ନାହିଁ ପ୍ରଭୁ ଯଶ ଆଉ ମାନ

ଚାହେଁନି ସୁନା ଓ ରୁପା,

ଏତିକି ଚାହୁଁଛି କର ଦେବଦାସୀ

ରଖ ପ୍ରଭୁ ସଦା କୃପା। 


ଧନ୍ୟ ହେବି ପ୍ରଭୁ ତୁମ ସେବା କରି

ନଥିବ ମନରେ କ୍ଲେଶ,

ନାଚୁଥିବି ମୁଁ ଯେ ଦିବା ଆଉ ନିଶି

ରହିବନି ଅବଶୋଷ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics