STORYMIRROR

Subhasmita Mohanty

Classics Inspirational

3  

Subhasmita Mohanty

Classics Inspirational

ଦୀପଟିଏ ମୋତେ କରିଦିଅ ପ୍ରଭୁ

ଦୀପଟିଏ ମୋତେ କରିଦିଅ ପ୍ରଭୁ

1 min
192


ଜୀବନକୁ ନାହିଁ ଟିକିଏ ବିଶ୍ୱାସ

ଏଇ ଅଛି ଏଇ ନାହିଁ,

ମୋହ ମାୟା ଏହି ସଂସାର ଭିତରେ

ଛଟପଟ ହେବି କାହିଁ। 


ଦୀପଟିଏ ମୋତେ କରିଦିଅ ପ୍ରଭୁ

ସଦା ମୁହିଁ ଜଳୁଥିବି,

ଜଳି ଜଳି ମୁଁ ଯେ ଏହି ଦୁନିଆକୁ

ଆଲୋକିତ କରୁଥିବି। 


ମନରେ ମୋର ରହିବ ନାହିଁ ଆଉ

କ୍ରୋଧ,ମୋହ, ହିଂସା, ଲୋଭ,

ନିଃସ୍ବାର୍ଥ ଭାବରେ ସେବା ମୁଁ କରିବି

ରହିବନି ମନେ ଗର୍ବ।


ଦୀପଟିଏ ମୋତେ କରିଦିଅ ପ୍ରଭୁ

ଶ୍ରୀ ମନ୍ଦିରେ ଜଳୁଥିବି,

ତୁମ ଶ୍ରୀ ଚରଣେ ରହିଥିବି ମୁଁ ଯେ

ନିତି ଦର୍ଶନ କରିବି। 


ଜାତି ଅଜାତିର ନଥିବ ଭାବ ଯେ

ସଭିଙ୍କର ପ୍ରିୟ ହେବି,

ଅନ୍ଧାରରେ ମୁଁ ଯେ ପଥ କଢ଼ାଇବି

ଆପଣା ପର ନ ଭାବି। 


ଦୀପଟିଏ ମୋତେ କରିଦିଅ ପ୍ରଭୁ

ଗୁହାରୀ କରୁଛି ମୁହିଁ,

ସଭିଙ୍କ ମଙ୍ଗଳ ମନାସୁଥିବି ମୁଁ

ଆଶିଷ ଦିଅ ଗୋସାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics