ଦୀପଟିଏ ମୋତେ କରିଦିଅ ପ୍ରଭୁ
ଦୀପଟିଏ ମୋତେ କରିଦିଅ ପ୍ରଭୁ
ଜୀବନକୁ ନାହିଁ ଟିକିଏ ବିଶ୍ୱାସ
ଏଇ ଅଛି ଏଇ ନାହିଁ,
ମୋହ ମାୟା ଏହି ସଂସାର ଭିତରେ
ଛଟପଟ ହେବି କାହିଁ।
ଦୀପଟିଏ ମୋତେ କରିଦିଅ ପ୍ରଭୁ
ସଦା ମୁହିଁ ଜଳୁଥିବି,
ଜଳି ଜଳି ମୁଁ ଯେ ଏହି ଦୁନିଆକୁ
ଆଲୋକିତ କରୁଥିବି।
ମନରେ ମୋର ରହିବ ନାହିଁ ଆଉ
କ୍ରୋଧ,ମୋହ, ହିଂସା, ଲୋଭ,
ନିଃସ୍ବାର୍ଥ ଭାବରେ ସେବା ମୁଁ କରିବି
ରହିବନି ମନେ ଗର୍ବ।
ଦୀପଟିଏ ମୋତେ କରିଦିଅ ପ୍ରଭୁ
ଶ୍ରୀ ମନ୍ଦିରେ ଜଳୁଥିବି,
ତୁମ ଶ୍ରୀ ଚରଣେ ରହିଥିବି ମୁଁ ଯେ
ନିତି ଦର୍ଶନ କରିବି।
ଜାତି ଅଜାତିର ନଥିବ ଭାବ ଯେ
ସଭିଙ୍କର ପ୍ରିୟ ହେବି,
ଅନ୍ଧାରରେ ମୁଁ ଯେ ପଥ କଢ଼ାଇବି
ଆପଣା ପର ନ ଭାବି।
ଦୀପଟିଏ ମୋତେ କରିଦିଅ ପ୍ରଭୁ
ଗୁହାରୀ କରୁଛି ମୁହିଁ,
ସଭିଙ୍କ ମଙ୍ଗଳ ମନାସୁଥିବି ମୁଁ
ଆଶିଷ ଦିଅ ଗୋସାଇଁ।
