STORYMIRROR

Subhasmita Mohanty

Inspirational

4  

Subhasmita Mohanty

Inspirational

ଆଲୋକର ପର୍ବ ଦୀପାବଳି

ଆଲୋକର ପର୍ବ ଦୀପାବଳି

1 min
221


ବାର ମାସରେ ତେର ଗୋଟି ପରବ

ଆମ ଓଡ଼ିଶା ମାଟିରେ,

ଆଲୋକ ପର୍ବ ଯେ ଅଟେ ଅନ୍ୟତମ

ସର୍ବେ ମନାନ୍ତି ଖୁସିରେ।


ଗାଁ ଠାରୁ ସହର ଉତ୍ସବ ମୁଖର

ଏହି ପବିତ୍ର ଦିନରେ,

ପ୍ରତି ଗୃହ ପୁଣି ସଜା ହୋଇଥାଏ

ଭଳି କି ଭଳି ପୁଷ୍ପ ରେ। 


ଛୋଟ ଛୋଟ ଦୀପରେ ସଜା ହୁଏ ଯେ

ପ୍ରତି ଗୃହ ର ଅଗଣା,

ଘରେ ଘରେ ଖୁସି ର ଲହରୀ ସାଥେ

ହୋଇଥାଏ ପିଠା ପଣା।


ଏହି ପରବ ରେ ପିତୃ ପୁରୁଷ ଙ୍କୁ

ପୟା ଶ୍ରାଦ୍ଧ ଦିଆଯାଏ,

ମାଁ କାଳୀ ଙ୍କର ପୂଜା ଏହି ଦିନରୁ

ଅନୁଷ୍ଠିତ ହୋଇଥାଏ।


ଦୀପାବଳି ର ଏ ପବିତ୍ର ଦିନରେ

ଆନନ୍ଦ ସଭିଏଁ ଥା'ନ୍ତି,

ଅହଂ ମନ ଭାବ ନ ରଖି ମନରେ

ଆଲୋକ ପର୍ବ ପାଳନ୍ତି।


ଅମାବାସ୍ୟାର ଘନ ଅନ୍ଧକାରକୁ

ଦୂରେଇ ଦିଏ ଏ ପର୍ବ,

ଚାରି ପାର୍ଶ୍ୱ ଆଲୋକମୟ କରେ ଯେ

ଲିଚୁ ର ରଙ୍ଗ ବେରଙ୍ଗ। 


ଆଲୋକର ପର୍ବ ଦୀପାବଳିଟିକୁ

ଆସ ପାଳନ କରିବା,

ସଭିଙ୍କ ର ମଙ୍ଗଳ ମନାସି ଆମେ

ଶୁଭ ଦୀପଟି ଜାଳିବା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational