STORYMIRROR

Subhasmita Mohanty

Classics Inspirational

4  

Subhasmita Mohanty

Classics Inspirational

ଭାବରେ ଖୋଜୁଛି ଭାବ ମଣିକୁ

ଭାବରେ ଖୋଜୁଛି ଭାବ ମଣିକୁ

1 min
232


ଭାବମଣି ଆହେ କାଳିଆ ଠାକୁର

ଘେନ ମୋହର ପ୍ରଣାମ,

ଭାବରେ ଖୋଜୁଛି ଏଇଠି ଥାଇ ମୁଁ

ଦିଅ ତୁମ ଦରଶନ। 


ତୁମ ନିକଟକୁ ଯାଇପାରୁ ନାହିଁ

ଡୋରି ଲାଗୁନାହିଁ ମୋର,

ଦେଖା ଦିଅ ଆହେ କଳା ଠାକୁର ମୋ

ଦୋଷ ଥିଲେ କ୍ଷମା କର। 


ତୁମ ଆଜ୍ଞା ହେଲେ ତୁମ ଶ୍ରୀ ଚରଣେ

ସେବା କରିବି ମୁଁ ନିତି,

ଗୀତ ଗୋବିନ୍ଦ ମୁଁ ଗାଉଥିବି ସଦା

ଦେଖୁଥିବି ନିତି କାନ୍ତି।


ଭକ୍ତ ସାଲବେଗ, ବନ୍ଧୁ ମହାନ୍ତି ଙ୍କ

ଡାକ ତୁମେ ଶୁଣିଥିଲ,

ଶବରୀ ଅଇଁଠା ତୁଣ୍ଡେ ନେଇ ତୁମ

ଧନ୍ୟ ତା'କୁ କରିଥିଲ। 


ଭକତ ର ବନ୍ଧୁ ହେ କଳା ଗୋସାଇଁ

ଶୁଣ ନାହିଁ କି ମୋ ଡାକ,

ଭକତ ଭାବରେ ବନ୍ଧା ପରା ତୁମେ

ହରି ନିଅ ସବୁ ଦୁଃଖ।


ଚାହୁଁନାହିଁ ପ୍ରଭୁ ହୀରା,ନୀଳା, ମୋତି

ଚାହେଁ ତୁମ ଦରଶନ,

ଏତିକି ଆଶିଷ ଦିଅ ହେ ଠାକୁରେ

ଇଛା ହେଉ ମୋର ପୂର୍ଣ୍ଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics