STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ସବୁ ଲାଗେ ଖାଲି ଖାଲି

ସବୁ ଲାଗେ ଖାଲି ଖାଲି

1 min
303

ଆହେ ମହାପ୍ରଭୁ ଅଣସର ଘରେ

ଜରରେ କମ୍ପୁଛ ବୋଲି

ଦିଗ ଚଉଦିଗ ଅନ୍ଧାର ଦିଶୁଛି

ସବୁ ଲାଗେ ଖାଲି ଖାଲି ।


ତୁମକୁ ରୁଚୁନି ଅନ୍ନ କି ବ୍ୟଞ୍ଜନ

ହେ ପ୍ରଭୁ ଛପନ ଭୋଗୀ

ମୋ ପେଟକୁ ଦାନା କେମିତି ବା ଯିବ

ତୁମ କଥା ଭାବିଭାବି

ତୁମେ କଲବଲ ଲାଗୁନାହିଁ ଭଲ 

ଘରେ ମୋ ଲାଗୁନି ଚୂଲି।


ଚାରିପଟେ ତାଟି ବୋଳା ବନ ମାଟି

ମିଞ୍ଜି ମିଞ୍ଜି ଜଳେ ଦୀପ

ଦେହରୁ ଛାଡୁଛି କରାଳ ତୁମର

ଜର କରୁଅଛି କୋପ

ରତନ ବେଦୀ କୁ ପାରିଲନି ଉଠି

ପାରୁନାହଁ ବୋଲି ଚାଲି ।


ମନ ହୁଏ ତୁମ ସେବା କରିବାକୁ 

ଫୁଲୁରି ତେଲ ମୁଁ ଘଷି

ଦେହ ହାତ ତୁମ ଭାରି ବିନ୍ଧୁଥିବ

ଦିଅନ୍ତି ଆଉଁସି ଘଷି  

ଖୋଇଦିଅନ୍ତି ମୁଁ ଜଡ଼ିବୁଟି ବାଟି

ଭାବର ପସରା ମେଲି ।


ସ୍ନାହାନ ବେଦୀରୁ ଗଲାଦିନ ଠାରୁ

ତୁମକୁ ପାରୁନି ଦେଖି

ଦେଖୁନାହିଁ ବୋଲି ଆହେ ଚକାଆଖି

ଝୁରେ ମୋର ପ୍ରାଣ ପକ୍ଷୀ

ଦିନଟିଏ ମୋତେ ଯୁଗ ପରି ଲାଗେ

ଦିଅ ଘର ତାଟି ଖୋଲି ।


ତୁମେ ଦୁଃଖ ହାରି ଦୁଃଖ ନିଅ ହରି

ଭକତ ଢାଳିଲେ ଲୁହ

ରୋଗ ଯାତନାରେ ତୁମେ ଛଟପଟ

କିଏସେ ବୁଝିବ କୋହ

ଭକତଙ୍କ କଥା ବୁଝୁବୁଝୁ ତୁମେ

ନିଜ କଥା ଯାଅ ଭୁଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics