Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Budhadeba Nayak

Classics Inspirational Others

3  

Budhadeba Nayak

Classics Inspirational Others

ମୁଁ ଆଉ ତୁମେ

ମୁଁ ଆଉ ତୁମେ

1 min
115


ମୁଁ ଜାନୁଆରୀ ତୁମେ ଡିସେମ୍ବର

      ଲାଗେ ଆମେ ଦୁହେଁ ପାଖରେ,

ବାସ୍ତବ ଚିତ୍ର କହେ ଆଉ କିଛି

       ତୁମେ ମୁଁ ବହୁ ଦୂରରେ l


ତୁମେ ଚାଲିଯାଅ ଅନ୍ଧକାର କରି

        ସ୍ମୃତି ସବୁ ବୁଣି ମନେ,

ତୁମେ ଗଲା ପରେ ମୁଁ ଆସେ ତୁମ ସ୍ମୃତି 

        ପାଇବାକୁ ଏ ଭୁବନେ l


କେବେ ତୁମେ ନାହଁ ମୁଁ କେବେ ନାହିଁ

         ମୋ ପାଖେ ରହିଲ ନାହିଁ ,

ମୁଁ ଆସୁ ଆସୁ ତୁମେ ଚାଲିଯାଅ

          ଏତେ ଘୃଣା କାହିଁ ପାଇଁ l


ଏ ଶୀତ ରାତିରେ ତୁମେ ଛାଡ଼ିଯାଅ

          କାହିଁ କରି ମତେ ଏକା,

ଆସୁଛି ମୁଁ ଏକା ଜିରୋ ନାଇଟିରେ

          ନିଶ୍ଚୟ ହେବ ଆମ ଦେଖା l


ଶୀତୁଆ ସକାଳୁ ଏକା ହୋଇଯିବି

          ତୁମେ ଗଲା ପରେ ପରେ,

ତୁମେ କେବେ ପୁଣି ଫେରିବ ଗୋ ସାଥି

          କହିଯାଅ ମତେ ଥରେ l


ମୁଁ ଆଉ ତୁମେ ଯିବା ଆସୁଥିବା

          ପ୍ରତି ବର୍ଷ ପ୍ରତି ଥର,

କାରଣ ମୁଁ ଜାନୁଆରୀ ତୁମେ ମୋ

           ପ୍ରିୟତମା ଡିସେମ୍ବର l


           


Rate this content
Log in

Similar oriya poem from Classics