Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Harekrushna Deb Sahoo

Classics Inspirational

3  

Harekrushna Deb Sahoo

Classics Inspirational

ଦେବୀ ଅର୍ଚ୍ଚନା

ଦେବୀ ଅର୍ଚ୍ଚନା

1 min
164


ଲେଖିବା ପାଇଁ କବିତା 

କେହି ଯଦି ମୋତେ କହିଥାନ୍ତା 

ଲେଖି ନ ଥାନ୍ତି କି ,

ପ୍ରେମିକ ସାଜି ପ୍ରିୟା ପାଇଁ 

ତାଳଗଛ ପରି ଖସୁଥିବା

ତଳ ବରଡା ସମ ମଣିଷ 

କହି ବ ଯଦି କେମିତି ଲେଖିବି ?


ହଁ, ଯାହା ଦେବୀ ପାଇଁ 

ତାଙ୍କ ଅର୍ଚ୍ଚନାରେ ଲେଖୁଛି କବିତା 

ଦି ଧାଡ଼ି, କେଇ ପଦ ନ ଜାଣି 

କ୍ଷମା ଦେବ ମା' ଭୁଲ ଥିଲେ 

ପଦ ଦେବ ଯୋଡି। 


ଦଶହରା ଦିନ ମା'

ମନେ ପଡିଯାଏ 

ତୁମ କଥା, ତୁମ ପୂଜା ପାଇଁ ପଦ୍ମ 


ଶ୍ରୀ ରାମ ହୃଦୟ ହାର 

ଦେବୀ ମା' କୁଶଙ୍ଗାଇ ।

ସୀତା ସମ କରି ପୂଜନ

ଦେବୀ ଚଢାଏ ଶ୍ରୀ ଚରଣେ,

ଭକ୍ତି ସହକାରେ ଗେଣ୍ଡୁ ଫୁଲ । 


ଶୁଭ ସକାଳ ଧୂପ ଓ ଦୀପ 

ପାର୍ବଣ ଶରତ ଉତ୍ସବେ

ମନ୍ଦାର ଦହନା ଅନେକ, 

ମୋ ପିଲା ଦିନ ମନେପଡେ 

ସ୍ମୃତି ଆଇନାର କିଛି ଝଲକ। 


ମନ୍ଦିର ପ୍ରାଙ୍ଗଣ ଖଳାରେ 

କେତେ ସତେ ମିଞ୍ଜି ମିଞ୍ଜି, 

ଜଳୁଥାଏ ଦୀପ ଜ୍ୟୋତି, 

ବିତେ ହସ ଖୁସି ପାର୍ବଣ ଉତ୍ସବ ।


ହସ ହସ ମୁହଁରେ ଫୁଟେ ପଦ୍ମ 

ଢାଳେ ରବି କିଛି କିରଣ 

କୁମୁଦ ଉତ୍ପଳ ନୀଳ ରଙ୍ଗର 

ଅପରାଜିତା ଫୁଲ ସଙ୍ଗେ ମନ୍ଦାର 

ଗୋଟି ଗୋଟି ହୋଇ ସଜବାଜ 

ଏକତାର ରଜ୍ଜୁରେ ବନ୍ଧା ଅନେକ। 


ତେଣୁ ତ ମା କୁଶଙ୍ଗାଇ ଲାଗୁ 

ଆମ ଭକ୍ତଜନଙ୍କ ଜୀବନ ଧନ

ଗଳାରତ୍ନ ହାର ବୃଦ୍ଧି ସମୃଦ୍ଧି 

ବିପଦ ଜନକ ବେଳା କଟେ

ସତରେ ଗୋ ଦେବୀ

ତୁ ପ୍ରତକ୍ଷ ସଦ୍ୟ ପ୍ରକଟ ।

ସୁପ୍ରଭାତ ମା ଦେବୀ କୁଶଙ୍ଗେଶ୍ବରୀ 

ସୁପ୍ରଭାତ ସୁପ୍ରଭାତ ସୁପ୍ରଭାତ!!! 



Rate this content
Log in

Similar oriya poem from Classics