STORYMIRROR

Harekrushna Deb Sahoo

Romance Fantasy

4  

Harekrushna Deb Sahoo

Romance Fantasy

ଦିନେ ଗାଁ କୁ ଯାଇଥିଲି

ଦିନେ ଗାଁ କୁ ଯାଇଥିଲି

1 min
18

ଦିନେ ଗାଁ କୁ ଯାଇଥିଲି

ଚକୁଳି ପିଠା ଖାଇଥିଲି,

ନାହିଁ ସେହିଦିନ ଆଈବୁଢୀ 

ଯା ସ୍ମୃତି ପୁରାଣ ଗାଉଥିଲି ।

ଗୀତଗୋବିନ୍ଦ ଗାରେ ମୁକୁନ୍ଦ 

ଧନମାଳି ସୁନାମାଳି ମୋ ଶଙ୍ଖାଳି,

କେତେ ଡାକ ପଡେ ମୋ ନାଁ ରେ

ଲୋକେ ମାରୁଥିଲେ କରତାଳି। 

ଆଉ ନାହିଁ ପରା ସେହିଦିନ 

ମନେ ପଙୁଅଛି ପିଲାଦିନ,

ସ୍ମୃତିର ସିନ୍ଦୁକ ହଜି ଅଛି ସିନା 

ଖୋଜୁ ଅଛି ଏବେ ଯଉବନ ।

ଉଛୁଳା ନଈର ଯଉବନ

ମନ ଖୋଜେ ବନ ଉପବନ, 

ଟାଙ୍ଗରା ଭୂଇଁରେ ସରାଗ ନାହିଁରେ

ସ୍ମୃତିର ସିନ୍ଦୁକେ ଆଖିର ପଲକେ 

ହଜି ଯାଇଅଛି ପିଲାଦିନ। 

ଗାଁ ଶିକ୍ଷା,ଘର, ମନ୍ଦିର 

ଆଜି ନାହିଁ ତାର ପୂର୍ବ ପ୍ରହର

ସଜାଡିବାକୁ ଦିନେ ଗାଁ କୁ ଯାଇଥିଲି 

ମନେପଡେ ଶିକ୍ଷକ ହାତରୁ 

ବେତ ପ୍ରହାର ଖାଇଥିଲି ।

ନାହିଁ ସେହି ଅତୀତ ପୂରୁଣା କାନ୍ଥ 

ନୂତନ ଶିକ୍ଷା ନୂତନ ଘର ମନ୍ଦିର 

ଏସବୁକୁ ନିଜ ହାତେ ସଜାଡି 

ଦିନେ ଗାଁ କୁ ସବୁଜ ସୁନ୍ଦର କରି,

ଗ୍ରାମ ପଥେ ପଥେ ଫେରି ଆସିଥିଲି,

ଯେଉଁଠି ଛୋଟ ରୁ ବଡ ହୋଇଥିଲି 

ବାପାବଉଙ୍କ ହାତଧରି ଚଲା ସିଖିଥିଲି ।

ଏବେ ବନ୍ଧୁଗଣ ଚାଲ ଗାଁ କୁ ଯିବା ଫେରି,

ନିଶ୍ଚୟେ ଗାଁ ଲୋକବାକ ଆପଣା ଲୋକ 

ସମସ୍ତେ ନେବେ ଭିଡି ବାପାବଉଙ୍କ ପରି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance