STORYMIRROR

Harekrushna Deb Sahoo

Comedy

4  

Harekrushna Deb Sahoo

Comedy

କବି ଭାବେ

କବି ଭାବେ

1 min
329

ଏ ତ କବିତା, ଲେଖେ କବି

ସେତ ଚିରନ୍ତନ ସତ କଥା 

ଆମେ ସବୁ କିଛି ବୁଝିବାକୁ ବୋକା

ଆଉ କିଛି ଅବୁଝା 

ସହଜ ଭାବେ ବୁଝିଗଲେ

ସବୁ ପଡିଯାଏ ଫିକା ଫିକା 

କିଏ ଲେଖେ ପ୍ରେମିକା ପାଇଁ 

ସେ ଟେରୀ, କାଳି ଭାରି କଟକ ଚଣ୍ଡୀ 

କିଏ ଲେଖେ ନେତା ପାଇଁ 

ସେ ଜଣେ ଭାରି ଠକ, ଲାଞ୍ଚ ଖୋର

ଲେଖା ପୁଣି ଅନେକ ବ୍ୟଙ୍ଗ କବିତା 

ସେତ କିଛି ଖଟା ମିଠା ପିତା

ଅବୁଝା ଭାରି ତାଚ୍ଛଲ୍ୟପୂର୍ଣ୍ଣ

ହିନସ୍ତା ଶସ୍ତା ବାଟ ଘାଟ ଥଟ୍ଟା

ପରିହାସ ଗୁଳିଗପ କିଛି ମଜା 

କଥା ପୁଣି କବିତା ଢଙ୍ଗରେ 

ସବୁ ସହଜ ନୁହେଁ ମନେ ପକାଉଛି 

ହସ ହସ ମୁଖେ ରସଗୋଲା ଖଜା 

ହା ହା ହା କି କଲ କବି ଭାବେ 

ଏ ଅସମ୍ପୂର୍ଣ୍ଣ ବର୍ଣ୍ଣନା ହସଗୋଲା ଖୋଜା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy