STORYMIRROR

Kali Kumar

Comedy

4  

Kali Kumar

Comedy

ଶ୍ରୀ ରୁ ଶ୍ରୀଯୁକ୍ତ

ଶ୍ରୀ ରୁ ଶ୍ରୀଯୁକ୍ତ

2 mins
155


ଶ୍ରୀ ରୁ ଶ୍ରୀଯୁକ୍ତ ହେବା ଉଦ୍ଦେଶ୍ୟରେ

ଆମ ଘରେ ଚାଲିଅଛି ଅଭିଯାନ

ଗୋଟିଏ ପରେ ଗୋଟିଏ ସୁକନ୍ୟା ନିମନ୍ତେ, 

ହେଉଅଛି ଆୟୋଜନ

ତାଲିକା ସୂଚୀର ଘନ ଘନ ପରିବର୍ତ୍ତନ

ଏ କଥା ଦେଖିକି, ଉଚ୍ଛନ୍ନ ହେଉଛି ମନ

କିଛି ନ ବୁଝି ସିମ୍ପାଞ୍ଜି ପରିକା

ମିଛୁଟାରେ ମୁହିଁ ଆଉଁସି ହେଉଛି କାନ 

ନା ପାଠ ପଢା ରେ ରହୁଛି ଧ୍ୟାନ

ଆତୁରେ ଉଛନ୍ନ ହେଲାଣି ମନ ।।


ଯେବେଠାରୁ ନାଁ ବେକାରୀ ସୂଚୀରୁ

ଚାକିରିଆକୁ ଉତ୍ତୀର୍ଣ୍ଣ ହୋଇଛି,

ଯିଏ ନାହିଁ ସିଏ ଏବେ ମୋତେ ଖାଲି

ବାହା ହୋଇଯାଆ ! ବାହା ହୋଇଯାଆ

ଗୁରୁ ଜ୍ଞାନ ଯେ ଦେଉଛି,

ନା ମୋ କଥା କିଏ ଶୁଣୁଛି

ନା ମୋ କଥା କିଏ ବୁଝୁଛି ।।


ଟିକିଏ ରୁହ !

ମତେ ତ କୁହ !

କି ପ୍ରକାର ଝିଅ ଚାଲିଅଛି ଖୋଜା

ଐଶର୍ଯ୍ୟା, ମିତାଲି କିମ୍ବା ସାନିଆ ମିର୍ଜା 

ଯେଉଁମାନେ ଆମ ଟେକ ରଖିଛନ୍ତି 

ଜାତୀୟ ସମ୍ମାନ ଜାତୀୟ ଧ୍ଵଜ୍ଜା ।।


କିମ୍ବା ଅନ୍ୱେଷଣ !

ସ୍କୁଲ ମାଷ୍ଟରାଣୀ ଅବା ଏକ ଗୃହିଣୀ

ଯିଏ ମୋର ଏହି ସ୍ୱାଦିଆ ଜୀବନେ ମିଶେଇ ଦେବ ଅସ୍ୱାଦିଆ କ୍ଷାରର ପାଣି ।।


ଐଶର୍ଯ୍ୟା, ମିତାଲି କିମ୍ବା ସାନିଆ ହୋଇଲେ

ନାହିଁ ମୋର କିଛି ଚିନ୍ତା,

ତା' ନାମ ସହିତ ମୋ ନାଁ ଯୋଡ଼ିକି

ମୋ ସମ୍ମାନର ଅବୟବ ବୃଦ୍ଧି ହୁଅନ୍ତା

ଟଙ୍କା ପଇସା କଥା ଛାଡ଼,

ମିଡିଆରେ ବି ମୋ ବଦନ ଦିଶି ଯାଆନ୍ତା ।।


ଯଦି ସେ ହୋଇଲା ସ୍କୁଲ ମାଷ୍ଟରାଣୀ

ତା କଥା ଆଉ କହିବି କିସ !

ଦୈନିକ ସ୍କୁଲରୁ ଫେରିକି, ନିଅନ୍ତା ମୋ କ୍ଳାସ

ତାଗିଦ୍ କରି କୁହନ୍ତା, ମତେ ସେ

କେତେ ହେଉଛ ଉଦ୍ଧତ ଫୁଲେଇ ଜୁଆଳିଆ ନିଶ

ଘିରିଘିରି ହୋଇ କେତେ ବା ବୁଲିବ,

ଜଣା ପଡୁନହିଁ କି ରଜନୀ କିମ୍ବା ଦିବସ

ଚୁପଚାପ ବସି ! ଏବେ ଜୀବନ ଅଙ୍କ କସ !

ମୋ ସ୍ବାଧୀନତ ଜୀବନେ ଲଗେଇ ଗୃହସ୍ଥୀର ଅଙ୍କୁଶ 

ପରାଧୀନ ଜୀବନ ଲାଗିବ ପୁରା ଯେ ବିଷ,

ତା' ସାଥେ ଲଢ଼ିବାକୁ ନାହିଁ ମୋ ପାଖେ ଗାନ୍ଧୀ କି ସୁବାଷ

ଅବା ଭଗତ ପରିକା ଛାତିରେ ନାହିଁ ମୋର ସାହସ ।।


ଯଦି ହେଲା ସେ ଘରଣୀ, 

ନିତି ଶୁଣିବାକୁ ପଡ଼ିବ ତା' ବାଣୀ

ଅନ୍ତ ହେଇଯିବ ସ୍ୱାଧୀନ ଜୀବନର

ଏକ ସୁଖଦ କାହାଣୀ,

ଶୁଣିବାକୁ ପଡ଼ିବ ନିତି ତା'ର ବାଣୀ ।।


ଏସବୁ କଥାକୁ ଭାଳିଲେ ଉଛନ୍ନ ହେଉଛି ମନ

ଦରକାର ନାହିଁ ସ୍ୱାମୀର ମିଛ ସମ୍ମାନ

ତେଣୁ କର ନାହିଁ ବାହାଘର ଆୟୋଜନ

ଶ୍ରୀ ରେ ସୀମିତ ଶ୍ରୀଯୁକ୍ତ ହେବାରେ 

ମୋର ନାହିଁ କିଛି ପ୍ରୟୋଜନ ।।



Rate this content
Log in

Similar oriya poem from Comedy