କଳିଯୁଗେଁ ତାହାକୁଁ ବି କହେସନ୍ ଭଦ୍ରଲୋକ୍
କଳିଯୁଗେଁ ତାହାକୁଁ ବି କହେସନ୍ ଭଦ୍ରଲୋକ୍


କଲିଯୁଗର୍ ମହିମା ଆରୁ କେଁ ବଲି କରି କହେମା
କହିଦେଲେ ଦୋଷ୍ ଲାଗସି ନି କହିକରି ସହେମା,
ଉପରେ ଉପରେ ଭଦ୍ର ମୁଖା ଭିତରେ ଥିସନ୍ ଚୋର୍ ହୋ,
କଲିଯୁଗେ ତାହାକୁଁ ବି କହେସନ୍ ଭଦ୍ର ଲୋକ୍ ହୋ ।1।
ସରି ଯାଏସି ଜୀବନ ତାକର ହେଇ ପଏସା ପଏସା
ପଏସା ଲାଗି ମାଁ କେ ମାଉସୀ ବୁଆ କେ କହେସନ୍ ପିଇସା
ଗରିବ୍ ଲୁକର୍ ଦାନା ମାରି ହେସନ୍ ବଡ୍ ଲୋକ୍ ହୋ,
କଲିଯୁଗେ ତାହାକୁଁ ବି କହେସନ୍ ଭଦ୍ର ଲୋକ୍ ହୋ ।2।
ଭୋଟ୍ ବେଲେ କେତେ ମାଁ ବୁଆ କେତେ କକା ବବା
ସତେ ଯେନ୍ତା ଜିତିଗଲେ ସରଗ୍ କେ ବୁଲେଇ ନେବା
ଭୋଟ୍ ସରଲେ ଘାଏ ଛନେ ବି ନେଇ ମିଲେ ତାକର ଦେଖା ହୋ
କଲିଯୁଗେ ତାହାକୁଁ ବି କହେସନ୍ ଭଦ୍ର ଲୋକ୍ ହୋ ।3।
କେଡେ ସୁନ୍ଦର ଗାଁ ଗହଲି କେଡେ ମଧୁର୍ ତାହାର୍ କଥା
ହେଲେଁ ସବୁ ବୁଡେଇ ଦେଲେ କୁଦୁର୍ ପିଆ କୁଜିନେତା
ଇତାର୍ ଆଗାଡେ ବିଜେପିଆ ଆରୁ ସେତାର୍ ନ କଂଗ୍ରେସିଆ ହୋ
କଲିଯୁଗେ ତାହାକୁଁ ବି କହେସନ୍ ଭଦ୍ର ଲୋକ୍ ହୋ ।4।
ଘରେ ପିଇସନ୍ ବାସି ତୁରେନ୍ ବାହାରେ ମାଗ୍ ସନ୍ ଚିକେନ୍
ମାଫି ପାଏଲେ ମହରା ପିଇସନ୍ ନେଇ ନ ତାକର୍ ମାଏନ୍
ବଡ୍ ବଡ୍ ତାକର କଥା ଖାଲି ଭାଜି ଶାଗ୍ ନି ସିଝେ ହୋ
କଲିଯୁଗେ ତାହାକୁଁ ବି କହେସନ୍ ଭଦ୍ର ଲୋକ୍ ହୋ ।5।
ପରର୍ ଖାକେ ପାଇ ନି ହେଲେ ଚାଲି ନି ଜାନନ୍ ବାଟ
ଖାକ୍ ଗୁଟେ ପାଏଲେ ବତରେ ତେହେରୁଁ ଦେଖାସନ୍ ନାଟ
ଉପର୍ ମହଲା ଚଢବାର୍ ଲାଗି ମାଏଝିକେ କରସନ୍ ସିଢି ହୋ
କଲିଯୁଗେ ତାହାକୁଁ ବି କହେସନ୍ ଭଦ୍ର ଲୋକ୍ ହୋ ।6।
ଶିକାର୍ ଭାନସ୍ ରେ କୁକୁର୍ ଯେନ୍ତା ହେସନ୍ ତରା ତରା
ଅଫିସର୍ ଗୁଟେ ଦେଖି ପାଏଲେ ହେନ୍ତା ତରା ତରା
ଭେଲ୍ ଫିକିନେବା ହାଡ୍ ଖଁଡେ ଆନବେ ଝପଟି କରି ହୋ
କଲିଯୁଗେ ତାହାକୁଁ ବି କହେସନ୍ ଭଦ୍ର ଲୋକ୍ ହୋ ।7।
ବଡ୍ ବଡ୍ ଚାକିରୀ କରି କରି ଲାଖ୍ ବାଟେ କମାସନ୍
ହେଲେବି ହଜାରଦୁ ଦେଖି ପକାଲେ ମୁହୁଁନୁ ଲାହା ଥିପାସନ୍
ପଏସା ଦୁଇଟାଲାଗି ବଲି ସରକାରୀ ଗୁଣ୍ଡା ହେସନ୍ ହୋ କଲିଯୁଗେ ତାହାକୁଁ ବି କହେସନ୍ ଭଦ୍ର ଲୋକ୍ ହୋ ।8।
କାମ୍ କରା ଲୋକ ଫତୁଆ ଇନ ଠକ୍ ପାଏସି ମାଏନ୍
ସତ୍ କହେଲେ ଟଁଟି କଟ୍ସି ଅସତିଆ ହେସି ଧଏନ୍
ଚାମଚାଗିରି କରିଜାନଲେ ହେସନ୍ ଇନ ରଜା ହୋ
କଲିଯୁଗେ ତାହାକୁଁ ବି କହେସନ୍ ଭଦ୍ର ଲୋକ୍ ହୋ ।9।
ଦିନ୍ ଯାଏସି କଥା ରହେସି ଜାନିଥା ଇଟା ବାବୁ
ଯିବାର୍ ଆଗୁଁ ସବୁ କର୍ମର୍ ହିସାବ୍ ଇନ ଦେବୁ
ପାପ୍ କଲା ଲୋକ୍ ନିଶ୍ଚେ ଦିନେ ପାଏବା ସଜା ପଛେଁ ହୋ କଲିଯୁଗେ ତାହାକୁଁ ବି କହେସନ୍ ଭଦ୍ର ଲୋକ୍ ହୋ ।10।