STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ନିର୍ବାଚନୀ ଛୁଙ୍କ

ନିର୍ବାଚନୀ ଛୁଙ୍କ

1 min
362


 ଘର କି ବାହାରେ ଛକ ବଜାରରେ

   କରୁ ଯେତେ ଆମେ କାଣ୍ଡ,

ଆମ ବିରୁଦ୍ଧରେ ଯେ ତୁଣ୍ଡ ଖୋଲିବ

    ମୋଡିଦେବୁ ତାରମୁଣ୍ଡ,

ସେଇଥିପାଇଁ କି ସମସ୍ତେ କହନ୍ତି

ଆମେ ବାରବୁଲା ଷଣ୍ଢ।


ଉଦଣ୍ଡ କରିବୁ ବୋତଲ ଭାଙ୍ଗିବୁ

   ଦୁଲୁକେଇଦେବୁ ଦାଣ୍ଡ,

ଆମ ଇଚ୍ଛା ଯାହା ସେଇଆ କରିବୁ

   କେ କରିବ ପ୍ରତିବାଦ

ସେଇଥିପାଇଁ କି ସମସ୍ତେ କହନ୍ତି

   ଆମେ ବାରବୁଲା ଷଣ୍ଢ।


ଏବେ , ଭୋଅଟ ସିଜିନି ଆସିଲାଣି

ପୁଣି, ନୋଅଟ ସବୁଠିଁ ଉଡିଲାଣି,

ଆମ, ପକେଟ୍ ସହଜେ ଭରିଲାଣି,

 ତଥାପି ଆମର ପେଟ ପୁରୁ ନାହିଁ

 ମାଡିବସୁ ପୁରା ଭାଣ୍ଡ,

ସେଇଥିପାଇଁ କି ସମସ୍ତେ କହନ୍ତି

ଆମେ ବାରବୁଲା ଷଣ୍ଢ।


ଏବେ ସୁଲୁସୁଲୁ ବାଆ ବହେ,

ଭୋଟ୍, ଗନ୍ଧ ଦେହେ ବାଜିଯାଏ,

ମଦ, କୁକୁଡ଼ା ଯେ ବଣ୍ଟା ହୁଏ,

ମୁହଁ ପୁରେଇକି ସବୁଠୁଁ ଖାଇବୁ

 ଯିଏ ଯେତେ ଗଣୁ ତଣ୍ଡ,

ସେଇଥିପାଇଁ କି ସମସ୍ତେ କହନ୍ତି

ଆମେ ବାରବୁଲା ଷଣ୍ଢ ।


ଯାହାଠୁଁ ଖାଇବୁ ତା'ଗୁଣ ଖାଇବୁ

  ପାର୍ଟିଫାଟି ଜାଣୁ ନାହୁଁ,

ଯେ ଦେବ ସେଭଲ ନଦେଲେ ଖରାପ

   ଏହି କଥା ଆମେ କହୁ,

ଭିକ ଦେବୁ ନାହିଁ ଥାଳଟି ଭାଙ୍ଗିବୁ

   ଏହି ଆମ କର୍ମକାଣ୍ଡ,

ସେଇଥିପାଇଁ କି ସମସ୍ତେ କହନ୍ତି

   ଆମେ ବାରବୁଲା ଷଣ୍ଢ।


ନିଜର ଆମର କେହି ନାହିଁ ଜଣେ

   ଆମେ ବି କାହାର ନୁହଁ,

ଯିଏ ଦିଏ ମଦ ସେ ଆମ କୁଟୁମ୍ବ

   ଆମର ସେ ସୁନାପୁଅ,

ଆମ ଫାଇଦାକୁ ଯେ କରେ ବିରୋଧ

    ପାଏ ସେ ନିଶ୍ଚୟ ଦଣ୍ଡ,

ସେଇଥିପାଇଁ କି ସମସ୍ତେ କହନ୍ତି

ଆମେ ବାରବୁଲା ଷଣ୍ଢ।


ଏଣ୍ଡୁଅ ଭଳିଆ ବାରମ୍ବାର ଆମେ

    ବଦଳାଇଥାଉ ରଙ୍ଗ,

ସିଆଡେ ଦେଖାଉ ଛତାକୁ ଆମର

   ଯେଣେ ଆସୁଥାଏ ମେଘ,

ଆମଠାରେ ଆସ୍ତା ଯେ ଏଠି ରଖିବ

   ଭାଗ୍ୟ ତା'ପଡ଼ିବ ମନ୍ଦ,

ସେଇଥିପାଇଁ କି ସମସ୍ତେ କହନ୍ତି

ଆମେ ବାରବୁଲା ଷଣ୍ଢ।


ମୁଖାପିନ୍ଧା ଭଦ୍ରଲୋକ ଆମେ ଜାଣ

   ଆମଙ୍କୁ ଚିହ୍ନିବା କଷ୍ଟ,

ଏଘରେ ମାଉସୀ ସେ ଘରେ ପିଉସୀ

   ହୋଇ କରୁଥାଉ ନାଟ,

ମହାକାଳଫଳ ଭଳି ଦିଶୁ ଆମେ

   ଆମ ଭିତରଟା ବଡ଼ ମନ୍ଦ,

ସେଇଥିପାଇଁ କି ସମସ୍ତେ କହନ୍ତି

ଆମେ ବାରବୁଲା ଷଣ୍ଢ।


ତୁମଠୁଁ ତାଙ୍କଠୁଁ ସବୁଠୁଁ ଖାଇବା

   ଆମର ପ୍ରକୃତି ଇଏ,

କାହାର କି' ଚିହ୍ନ ଭୋଟ କେନ୍ଦ୍ରରେ

   ଆମର ମନେ ନ ଥାଏ,

ନାକଚ ହୁଅଇ ଶେଷରେ ଆମର

   ମୂଲ୍ୟବାନ ଭୋଟ୍ ଖଣ୍ଡ,

ସେଇଥିପାଇଁ କି ସମସ୍ତେ କହନ୍ତି

  ଆମେ ବାରବୁଲା ଷଣ୍ଢ।

କ୍ରମଶଃ


Rate this content
Log in

Similar oriya poem from Comedy