ସହର ବାସୀ
ସହର ବାସୀ
ନର୍ଦ୍ଦମା କଡେ ଆମ ସହର
ଆନେକ ଅପୂର୍ବ ମାର୍ବଲ ଘର
ସଞ୍ଜ ହେଲେ ଆସେ ସହର୍ସ ମଶା
ବଢାଇ ଦିଅନ୍ତି ଦୁଃଖ ଦୁର୍ଦଶା ା
ନଦୀରୁ ଉଭାନ ହେଉଛି ପାଣି
ପବନ ପାଉଛୁ ନଗଦ ଗଣି
ଏହି ସବୁ ଆମର ହାତର କାମ
ଖଟି ଲୁଟିବାରୁ ନାହିଁ ବିଶ୍ରାମ ା
ପ୍ରତ୍ଯେକ ଘର ହେଲାଣି ହାଟ
ଚବିଶ ଘଣ୍ଟା ଖୋଲା କବଟ
ଦୁର୍ଗନ୍ଧକୁ ନାହିଁ ଡର ଆଶଙ୍କା
ଫୁଲରି ଅତର ହେଉଛି ବିକା
ଜ୍ଞାନ ହୋଇଅଛି ପୂଣ୍ଯ ଏଠି
ଧନବାନ ଲୋକ ଖଟନ୍ତି ବେଠି
ବାପା ପୂର୍ବ ମୁଖ ପୁଅ ପଶ୍ଚିମ
କିଏବା କାହାକୁ ଚାହେଁନି ଜମା
ନିୟମ ଭାଙ୍ଗଇ ବୋଲାଇ ବୀର
ଖ୍ଯାତି ପ୍ରତିପତି ବଢଇ ତାର
ଆମେ ଯେତେ ଅଛୁ ସହର ବାସି
ଝୁରୁଥାଉ କାନ୍ଦି ନଜାଣୁ ହସି
କଇଁଚ ଗତିରେ ଚାଲଇ ଗାଡି
ଏକ ପଛେ ଏକ ଲାଗଇ ଧାଡି
ସଢକ ଉପରେ ପାଦ ପକାଇ
କେହି ଏଠି ଆଉ ଚାଲନ୍ତି ନାହିଁ ା
ଗୁରୁଜନ ମାନେ ଖେଳନ୍ତି ତାସ
ପିଲା କେତେ ହେଲେ ଫେଲ କି ପାସ
କାହାର ଟିକିଏ ଭାବନା ନାହିଁ
କେହି ଛୁଅଁନ୍ତିନି ସିଲଟ ଖଡି
ଟି.ଭି ଫୋନ ସଙ୍ଗରେ ବିତନ୍ତି ବେଳ
ତୁଛ୍ଥା ପରଚର୍ଚା ହୁଏ କେବଳ
ଖେଳି ନାଚି ଗାଇ ଯୁବକ ଦଳ
କାମ କରିବାରେ ସଦା ବିଫଳ ା
ଗୃହ ବନ୍ଦୀନି ଅନେକ ନାରୀ
ରନ୍ଧା କାମ ଧନ୍ଧା ଦେଇ ପାଶୋରି
ହୋଟେଲରୁ ଆଣି ଖାଆନ୍ତି ଡିଶ
ନାନ ସଙ୍ଗେ ଚିକେନ ପିସ
ଆମେ ଯେତେ ଅଛୁ ସହର ବାସୀ
ଏଠି ବିଳାସି ସେଠି ସନ୍ଯାସି
ସମସ୍ତଙ୍କ ବାପା ହେଲେଣି ଚାଷି
ଏଠି କଷ୍ଟେ ରହିଯାଉ ଆମେ ଖସି ା