STORYMIRROR

Prafulla Kumar Tripathy

Romance

4  

Prafulla Kumar Tripathy

Romance

ରେ ପକ୍ଷୀ..

ରେ ପକ୍ଷୀ..

1 min
262

ମାଟିରୁ ଆକାଶ ପର୍ଯ୍ୟନ୍ତ 
ଅତିକ୍ରମ କଲା ପରେ 
କହ ପକ୍ଷୀ ତୋର ପୁଣି 
ଏ ଜଗତରେ ଦୁଃଖ କଣ?
ତୁ କଣ ଜାଣିନୁ କିରେ ପକ୍ଷୀ 
ପୃଥିବୀର ଲୋଭ ସମୁଦ୍ରର ତୃଷ୍ଣା ଭଳି 
ସୂର୍ଯ୍ୟର ରଶ୍ମି ତଳେ ନୂତନତ କିଛି ନାହିଁ।
ସମୟର ମୃତ ଡାଳଟିରେ ବସି 
ପୁରୁଣା ଗୀତ କାହିଁକି ଗାଉ ?
ତୋ ଛନ୍ଦହିନ ସଂଗୀତ ବୁଝିବା ପାଇଁ 
ସାରାଦିନ ସଂଗ୍ରାମ କରୁଥିବା 
ମଣିଷ ପାଖରେ ସମୟ କାହିଁ?
କଣ ତୁ ଏତେ ଭାବୁଛୁରେ ପକ୍ଷୀ 
ଥରୁଟେ ପାଇଁ !
ତୋ ପୂର୍ଣ୍ଣ ଛେଦ ଟାଣି 
ଥରୁଟିଏ ପାଇଁ ଚାହିଁ ଦେଖରେ ପକ୍ଷୀ 
ପ୍ରତିଟି ସୂର୍ଯ୍ୟ କଣ ଅସ୍ତ ହୁଏ ନାହିଁ 
ନୂଆ ନୂଆ ଚେତନାର ସଂନ୍ଦେହେ ନେଇ 
ତୁ ଆଗେଇ ଯାରେ ନିର୍ବୋଧ ପକ୍ଷୀ 
ଏକାକୀ ଆସିବା ଯିବାର ପଥ 
ପାଇବୁ ନୂଆ ସଂନ୍ଦେହେ ନେଇ 
ଦେଖିବୁ ନୂତନ ପରିବର୍ତନ ଦୁନିଆ 
ରେ ପକ୍ଷୀ !
ବିମୁଗ୍ଧ କଣ୍ଠରେ ପୁଣିଏକ 
ନୂଆ ଗୀତ ଗା ରେ ପକ୍ଷୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance