STORYMIRROR

Prafulla Kumar Tripathy

Abstract Tragedy

4  

Prafulla Kumar Tripathy

Abstract Tragedy

ବାପାଙ୍କ ହାତ ଘଣ୍ଟା

ବାପାଙ୍କ ହାତ ଘଣ୍ଟା

1 min
24

ବାମ ହାତରେ ବାପାଙ୍କ 

ସେଇ ପୁରୁଣା କାଳିଆ 

ସୁଇଚ ମଡେଲ ହାତ ଘଣ୍ଟା 

ଯାହାକୁ ସକାଳ ସାତଟା ହେଲେ 

ବାପା ଚାବି ଦିଅନ୍ତି।

ସେ ଚାଲିବା ଆରମ୍ବ କରେ 

ଆଉ ବାପାବି ତା ସାଙ୍ଗରେ 

ତାଳ ଦେଇ ଅଫିସ ଠାରୁ ଆରମ୍ଭ କରି 

ଘର କାମ ବି କରି ଚାଲନ୍ତି।

ବାପା ଖଞ୍ଜି ଦେଇଛନ୍ତି ନିଜକୁ 

ଉଠିବା ଠାରୁ ଶୋଇବା ଯାଏ 

ଆଉ ଶୋଇବା ଠାରୁ ଉଠିବା ଯାଏ 

ସେଥି ପାଇଁ ବାପା 

ତାଙ୍କ ଟେବୁଲ ଉପରେ ଥିବା 

ଘଣ୍ଟା ପ୍ରତି ତୀକ୍ଷ୍ମ ନଜର 

ଘଣ୍ଟା କଣ୍ଟା ମାନଙ୍କ ଉପରେ।

ଘଣ୍ଟାର ଟିକ ଟିକ ଶବ୍ଦ 

ବାପାଙ୍କୁ ଭାରି ଜୋରରେ ଶୁଭେ 

ବାପାଙ୍କ ଦାୟିତ୍ୱକୁ ସେଏ ଚେତାଇ ଦିଏ 

ଆଉ ବାପାବି ତାର 

ପ୍ରତେକ ନିର୍ଦେଶକୁ 

ବୁଝି ନିଅନ୍ତି ଖୁବ ସହଜରେ 

ଆଜି ବାପା ମୋ ପାଖରେ ନାହାନ୍ତି 

ତାଙ୍କ ହାତ ଘଣ୍ଟାଟି 

ମୋ ଟେବୁଲ ଉପରେ ଶୋଭା ପାଉଛି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract