STORYMIRROR

Prafulla Kumar Tripathy

Fantasy

4  

Prafulla Kumar Tripathy

Fantasy

ଆସନ୍ତା କାଲି

ଆସନ୍ତା କାଲି

1 min
40

ଆସନ୍ତା କାଲି ମୋତେ କହିଛି 

କୋପତୀର କୋମଳ ଡେଣାରେ ବସି 

ସିଏ ନିଶ୍ଚୟ ଆସିବ ଏଠିକି 

ମୋର ସବୁ ମାଙ୍ଗଳିକ ଆଶାର, ପ୍ରତ୍ୟାଶା ହୋଇ 

ସେ ଆସିବ ମୋ ହତଭାଗ୍ୟ ଜୀବନକୁ 

ତା ପରେ ମୋତେ 

ଅତ୍ମୀୟତାରେ ଅପ୍ଲାବିତ କରୁ କରୁ 

ମୋର ବଞ୍ଚିବାର ଅଧିକାର ମାନଙ୍କୁ 

ଟାଣି ନେବ ଏକ ଚିରବହମାନ ସ୍ରୋତ ମଧ୍ୟକୁ

ସେତେବେଳେ ମୁଁ କହିବି ବିନୀତ ସ୍ଵରରେ 

ଯେତେ ଦୋଷ ମୋଠି ଥାଏ,

ଧୋଇନିଅ ଶାସ୍ତ୍ରୀୟ ଶୁଚିରେ 

ଓ ମୋତେ ଗ୍ରହଣ କରିନିଅ 

ତମର ଆସନ୍ତା କାଲିର ପୃଷ୍ଠାରେ.।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy